ଭୁବନେଶ୍ବର: ଓଡିଶାରେ ନିର୍ମାଣ ହେବ 7 ଟି ଅକ୍ସିଜେନ ପ୍ଲାଣ୍ଟ । NHAI ସହାୟତାରେ ଏହା ପ୍ଲାଣ୍ଟ ନିର୍ମାଣ କରିବ DRDO, କେନ୍ଦ୍ର ସରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ । ଏନେଇ ସୂଚନା ଦେଇଛନ୍ତି NHAI ସିଜିଏମ ଆର.ପି ପଣ୍ଡା । ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡା, ନୟାଗଡ଼ ଓ କୋରାପୁଟରେ ନିର୍ମାଣ ହେବ ଅକ୍ସିଜେନ ପ୍ଲାଣ୍ଟ ।
ରାଜ୍ୟରେ DRDO ନିର୍ମାଣ କରିବ 7ଟି ଅକ୍ସିଜେନ ପ୍ଲାଣ୍ଟ, ସହାୟତା କରିବ NHAI - NHAI
ଓଡିଶାରେ ନିର୍ମାଣ ହେବ 7 ଟି ଅକ୍ସିଜେନ ପ୍ଲାଣ୍ଟ । NHAI ସହାୟତାରେ ଏହା ପ୍ଲାଣ୍ଟ ନିର୍ମାଣ କରିବ DRDO, କେନ୍ଦ୍ର ସରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ । ଏନେଇ ସୂଚନା ଦେଇଛନ୍ତି NHAI ସିଜିଏମ ଆର.ପି ପଣ୍ଡା । ଅଧିକ ପଢନ୍ତୁ...
ଅକ୍ସିଜେନ ପ୍ଲାଣ୍ଟ
NHAI ସିଭିଲ ଓ ବୈଦୁତିକ କାମ କରିବାକୁ ଥିବା ବେଳେ ବୈଷୟିକ କାମ DRDO କରିବ । ସମସ୍ତ ପ୍ଲାଣ୍ଟ ତିଆରି ପାଇଁ ଜାଗା ଚିହ୍ନଟ ହୋଇସାରିଛି । ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଛି । କୋଭିଡ ସମୟରେ ଅକ୍ସିଜେନ ଯୋଗାଣରେ ଏହି ପ୍ଲାଣ୍ଟ ଗୁଡିକ ବେଶ୍ ସହାୟକ ହେବ । ସବୁ ପ୍ଲାଣ୍ଟ 1000 ଏଲପିଏମର କ୍ଷମତା ବିଶିଷ୍ଟ ହେବ । ଆସନ୍ତା କିଛି ମାସ ମଧ୍ୟରେ ସବୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି NHAI ସିଜିଏମ ଆର.ପି ପଣ୍ଡା ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : May 11, 2021, 1:57 PM IST