ଓଡିଶା

odisha

ETV Bharat / city

NHAI ର ବଡ ନିବେଶ, କୋଷ୍ଟାଲ ହାଇୱେ ପାଇଁ 8 ହଜାର କୋଟି - coastal highway

ନିର୍ମାଣ ହେବାକୁ ଯାଉଛି ୮୭୪ କିମି ନୂତନ ରାଜପଥ ପ୍ରକଳ୍ପ। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୋପାଳପୁର-ଦୀଘା କୋଷ୍ଟାଲ ହାଇୱେ । ଉଭୟ ରାଜ୍ୟ ଓ କେନ୍ଦ୍ରର ମଞ୍ଜୁରୀ ମିଳିଥିବା ବେଳେ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ମଧ୍ୟ ମିଳିଛି ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ...

nhai-invest-8000-crore-for-coastal-highway-in-odisha
NHAI ର ବଡ ନିବେଶ, କୋଷ୍ଟାଲ ହାଇୱେ ପାଇଁ 8 ହଜାର କୋଟି

By

Published : Mar 24, 2021, 2:26 PM IST

Updated : Mar 25, 2021, 6:12 AM IST

ଭୁବନେଶ୍ବର:ରାଜ୍ୟରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରଣାଳୟର ବଡ ପୁଞ୍ଜିନିବେଶ । ଜାତୀୟ ସ୍ତରରେ ରାଜପଥ ନିର୍ମାଣ ଓଡିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆଉ ଏବେ ନିର୍ମାଣ ହେବାକୁ ଯାଉଛି ୮୭୪ କିମି ନୂତନ ରାଜପଥ ପ୍ରକଳ୍ପ, ଏଥିରୁ କେବଳ କୋଷ୍ଟାଲ ହାଇୱେର ୩୮୨ କିମି ରାଜପଥ ରହିଛି । ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 8 ହଜାର କୋଟି ଟଙ୍କା । ଅନେକ ବାଦ ବିବାଦ ଚର୍ଚ୍ଚା ପରେ ଖୁବ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଗୋପାଳପୁର - ଦୀଘା କୋଷ୍ଟଲ ହାଇୱେ । ଏହି ପ୍ରକଳ୍ପ ଏବେ ଖୋର୍ଦ୍ଧା ଟାଙ୍ଗୀରୁ ଆରମ୍ଭ ବ୍ରହ୍ମଗିରି, ପୁରୀ,କୋଣାର୍କ,ଅସ୍ତରଙ୍ଗ,ପାରାଦ୍ୱୀପ, ରତନପୁର, ଧାମରା ,ବାସୁଦେବପୁର ହୋଇ ଦୀଘାରେ ସରିବ। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରର ମଞ୍ଜୁରୀ ମିଳିଥିବା ବେଳେ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ମଧ୍ୟ ମିଳିଛି ଗ୍ରୀନ ସିଗନାଲ । ଏନେଇ ସୂଚନା ଦେଇଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ ଓଡିଶା ମୁଖ୍ୟ। ସେହିପରି ୧୧୨ କିମି ଭୁବନେଶ୍ବର କ୍ୟାପିଟାଲ ରିଜିୟନର ରିଙ୍ଗ ରୋଡ, ରାୟପୁର-ବିଶାଖାପାଟଣା ୨୪୦ କିମି ରାଜପଥ ସହ ଦୁଇଟି ଟନେଲ ମଧ୍ୟ ନିର୍ମାଣ ହେବ ।

NHAI ର ବଡ ନିବେଶ, କୋଷ୍ଟାଲ ହାଇୱେ ପାଇଁ 8 ହଜାର କୋଟି

ସେହିପରି NHI ଅଧୀନରେ ରାଜ୍ୟରେ ରହିଛି ୨ ହଜାର ୪୮ କିମି ର ୭ ଟି କରିଡର । ଯେଉଁଥିରେ ରହିଛି ଚେନ୍ନାଇ-କୋଲକାତା, ଭୁବନେଶ୍ବର-ପୁରୀ, ତାଳଚେର-ପାରାଦୀପ ଭାୟା ଚଣ୍ଡିଖୋଲ, ପାଣିକୋଇଲି- ରାଜମୁଣ୍ଡା ଭାୟା କେନ୍ଦୁଝର, ବାଲେଶ୍ବର-ଝାରପୋଖରିଆ ଭାୟା ବାରିପଦା, ମୁମ୍ବାଇ -କୋଲକାତା, ବାରକୋଟ- ବୀରମିତ୍ରପୁର ଭାୟା ରାଉରକେଲା, କଟକ- ସମ୍ବଲପୁର । ତେବେ ଏନଏଚଏଆଇର ତଥ୍ୟ ଅନୁସାରେ 2018-19 ରେ 131 କିମି, 2019-20 ରେ 303 କିମି, 2020-21ରେ 380 କିମି କାର୍ଯ୍ୟ ଶେଷ ହୋଇଛି । ଗତ ୫ ବର୍ଷରେ ଏନଏଚଆଇ ପକ୍ଷରୁ କେତେ ରାଶି ଖର୍ଚ୍ଚ ହୋଇଛି ତାହାର ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଛି । ୨୦୧୮-୨୦୧୯ ୮୭ କୋଟି ଓ ୨୦୧୯-୨୦୨୦ରେ ୩୧୩୦ କୋଟି ଖର୍ଚ୍ଚ ହୋଇଛି । ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ୨୦୨୦-୨୦୨୧ରେ ୩୧୮୦ କୋଟି ଖର୍ଚ୍ଚ ସରିଛି। ଜାତୀୟ ରାଜପଥ ନିର୍ମାଣ ଦିନକୁ ପ୍ରାୟ ୨୦ କିମି ହେଉଥିବା ବେଳେ ଓଡ଼ିଶାରେ ବାର୍ଷିକ ୩୮୦ କିମି ବା ଦୈନିକ ୧ କିମି ନିର୍ମାଣ କରାଯାଉଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଜମି ହସ୍ତାନ୍ତର ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କୋଷ୍ଟାଲ ହାଇୱେ କାର୍ଯ୍ୟ ନେଇ ଟିଓଆର ସରିଛି। ଦୀର୍ଘ ୫ ବର୍ଷ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନଥିଲା। ବିଶେଷକରି ଉପକୂଳର କେଉଁ ଅଞ୍ଚଳରୁ କେତେ କିମି ପ୍ରକଳ୍ପରେ ସାମିଲ ହେବ । ଉପକୂଳର କେତେ କିମି ଦୂରରେ ପ୍ରକଳ୍ପ ହେବ ସେ ନେଇ ବିବାଦ ଉପୁଜିଥିଲା । ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତିରେ କୋଷ୍ଟଲ ହାଇୱେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ତେବେ ଏହି ସମସ୍ତ ପ୍ରକଳ୍ପ ଶେଷ ହେଲେ ରାଜ୍ୟର ଦୃତ ଆର୍ଥିକ ଅଭିବୃଦ୍ଧି ହେବା ସହ ଆନ୍ତଃ ରାଜପଥ ବାଣିଜ୍ୟ ଓ ସ୍ଥଳପଥ ବାଣିଜ୍ୟ ବଢିବ । ରାଜ୍ୟରେ ନିଯୁକ୍ତି ଓ ଅର୍ଥନୀତି ମଧ୍ୟ ନୂଆ ଗତି ପାଇବ । ଏବେ ଦେଖିବାର କଥା ନୂତନ ଭାବେ ମଞ୍ଜୁର ହୋଇଥିବା ଓ ପୁରୁଣା ପ୍ରକଳ୍ପକୁ ଏନଏଚଏଆଇ ଧାର୍ଯ୍ୟ ସମୟରେ ଶେଷ କରୁଛି ନା ପୁଣି ଜଙ୍ଗଲ ଜମି ସମସ୍ୟାରେ ଛନ୍ଦି ହେଉଛି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Mar 25, 2021, 6:12 AM IST

ABOUT THE AUTHOR

...view details