ଓଡିଶା

odisha

ETV Bharat / city

ବାଚସ୍ପତି ପଦରେ ଗଞ୍ଜାମ ନେତାଙ୍କ ଦବଦବା, ଜିଲ୍ଲାରୁ ପଞ୍ଚମ ବ୍ୟକ୍ତି ଭାବେ ବିକ୍ରମ ହେବେ ବାଚସ୍ପତି - ଗଞ୍ଜାମ ଜିଲ୍ଲାର ନେତା ଭାବେ ବିକ୍ରମ ହେବେ ପଞ୍ଚମ ବାଚସ୍ପତି

ଓଡିଶାର ବାଚସ୍ପତି ପଦରେ ଗଞ୍ଜାମ ରାଜନେତାଙ୍କ ଦବଦବା ଦେଖିବାକୁ ମିଳୁଛି । ବିକ୍ରମ ଗଞ୍ଜାମ ଜିଲ୍ଲାର ପଞ୍ଚମ ନେତା ଯିଏ ବାଚସ୍ପତି ଦାୟିତ୍ୱ ସମ୍ଭାଳିବେ । ତାଙ୍କ ପୂର୍ବରୁ 4 ଜଣ ଗଞ୍ଜାମ ଜିଲ୍ଲାର ନେତା ବିଧାନସଭାର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି । ଅଧିକ ପଢନ୍ତୁ

ବାଚସ୍ପତି ପଦରେ ଗଞ୍ଜାମ ନେତାଙ୍କ ଦବଦବା; ଜିଲ୍ଲାରୁ ପଞ୍ଚମ ବ୍ୟକ୍ତି ଭାବେ ବିକ୍ରମ ହେବେ ବାଚସ୍ପତି
ବାଚସ୍ପତି ପଦରେ ଗଞ୍ଜାମ ନେତାଙ୍କ ଦବଦବା; ଜିଲ୍ଲାରୁ ପଞ୍ଚମ ବ୍ୟକ୍ତି ଭାବେ ବିକ୍ରମ ହେବେ ବାଚସ୍ପତି

By

Published : Jun 10, 2022, 6:21 PM IST

ଭୁବନେଶ୍ବର: ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହେବେ ବିକ୍ରମ କେଶରୀ ଆରୁଖ । ଏହା ଏକ ପ୍ରକାର ଚୂଡାନ୍ତ ହୋଇସାରିଛି । ଆଜି ବାଚସ୍ପତି ପଦ ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ । ଆସନ୍ତା 13 ତାରିଖରେ ବିକ୍ରମଙ୍କ ଆରୁଖଙ୍କ ନିର୍ବାଚନ ହୋଇ ବିଧିବଦ୍ଧ ଘୋଷଣା ହେବ । ଓଡିଶା ବିଧାନସଭାର 17 ତମ ବାଚସ୍ପତି ହେବେ ବିକ୍ରମ କେଶରୀ ଆରୁଖ । ଏପରି ହେଲେ ସେ ଗଞ୍ଜାମ ଜିଲ୍ଲାରୁ ଓଡିଶା ବିଧାନସଭାର ପଞ୍ଚମ ବାଚସ୍ପତି ।

ଓଡିଶାର ବାଚସ୍ପତି ପଦରେ ଗଞ୍ଜାମ ରାଜନେତାଙ୍କ ଦବଦବା ଦେଖିବାକୁ ମିଳୁଛି । ବିକ୍ରମ ଗଞ୍ଜାମ ଜିଲ୍ଲାର ପଞ୍ଚମ ନେତା ଯିଏ ବାଚସ୍ପତି ଦାୟିତ୍ୱ ସମ୍ଭାଳିବେ । ତାଙ୍କ ପୂର୍ବରୁ 4 ଜଣ ଗଞ୍ଜାମ ଜିଲ୍ଲାର ନେତା ବିଧାନସଭାର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ।

କିଏ କିଏ ହୋଇଛନ୍ତି ବାଚସ୍ପତି ?

ଗଞ୍ଜାମ ଜିଲ୍ଲାର ନେତା ଥିବା ଲିଙ୍ଗରାଜ ପାଣିଗ୍ରାହୀ (1961ରୁ 1967) ପର୍ଯ୍ୟନ୍ତ ଓଡିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ଯ କରିଥିଲେ । ତାଙ୍କ ପରେ ସୋମନାଥ ରଥ (1980ରୁ 1984), ଚିନ୍ତାମଣି ଡ୍ୟାନ ସାମନ୍ତରା (1996 ରୁ 2000) ଓ ସୂର୍ଯ୍ୟ ନାରାୟଣ ପାତ୍ର (2019 ରୁ 2022) ପର୍ଯ୍ୟନ୍ତ ଏହି ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details