ଓଡିଶା

odisha

ETV Bharat / city

ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା - ଓଡିଶା ପାଣିପାଗ ଖବର

ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

By

Published : Nov 10, 2020, 10:33 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଥଣ୍ଡା ଲହରୀ ଜାରି । ଏହିସମୟରେ ସମୁଦ୍ର ପତନ ଠାରୁ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଟ୍ରଫ୍ ଲାଇନ କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୨° ସେଲସିୟସ୍ ତାପମାତ୍ରା ତଳେ ଓଡ଼ିଶାର ୬ଟି ସହର ଥିବାବେଳେ ୯.୨° ସେଲସିୟସ ସହ ସୋନପୁର ଆଜି(ମଙ୍ଗଳବାର) ବି ଓଡ଼ିଶାର ଥଣ୍ଡା ସହର | ସେହିପରି ଦାରିଙ୍ଗବାଡି ୯.୫°ସେଲସିୟସ, ଫୁଲବାଣୀ ୯.୮°ସେଲସିୟସ, କୋରାପୁଟ ୧୦.୬°ସେଲସିୟସ, ଅନୁଗୁଳ ୧୦.୮°ସେଲସିୟସ, ଭବାନୀପାଟଣା ୧୧.୦°ସେଲସିୟସ ରହିଛି | ରାଜଧାନୀ ଭୁବନେଶ୍ୱରରେ ୧୭.୪°ସେଲସିୟସ ଏବଂ କଟକରେ ୧୬.୪°ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details