ଭୁବନେଶ୍ବର: ରଜ ସଂକ୍ରାନ୍ତି ଓଡ଼ିଶାର ଏକ ବଡ ପର୍ବ। ହାଟ ବଜାର, ଗଳିକନ୍ଦି ସବୁଠି ଦେଖାଯାଏ ଗହଳି । ହେଲେ କୋରୋନା ମହାମାରୀ ଲକଡାଉନ କଟକଣା ସମୟରେ କୋରୋନା ସଂକ୍ରମଣ ନେଇ ଚିନ୍ତାରେ ବିଏମସି ପ୍ରଶାସନ । ତେଣୁ ରଜପର୍ବ ପାଇଁ ଜାରି କରିଛି କିଛି ନୂଆ ନିୟମ ।
ରଜପର୍ବ ପାଇଁ ଭୁବନେଶ୍ବରରେ ନୂଆ ଏସଓପି ଜାରି କଲା ବିଏମସି - ରଜପର୍ବ ପାଇଁ ଭୁବନେଶ୍ବରରେ ନୂଆ ଏସଓପି
ରଜପର୍ବ ବେଳେ ଭିଡ଼ ନକରି ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଅଧିକ ପଢ଼ନ୍ତୁ...
କିଣାବିକା ଫାଙ୍କା ସମୟରେ କରନ୍ତୁ । ଗହଳି ଥିବା ଦୋକାନ ବଜାରକୁ ଯାଆନ୍ତୁ ନାହିଁ । ଯେହେତୁ ଶନିବାର ରଜ ପର୍ବ ପଡୁଛି, ଶୁକ୍ରବାର ସନ୍ଧ୍ୟାରେ ଭିଡ ଜମିବାର ସମ୍ଭାବନା ଥିବାରୁ ଏହା ପୂର୍ବରୁ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ଶୁକ୍ରବାର ଯେପରି ଭିଡ଼ ନହୁଏ ବିଏମସି କତ୍ତୃପକ୍ଷ ସେଥିପାଇଁ ଜନସାଧାରଣଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କହିଛି । ଏହାସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ତାଗିଦ କରିଛନ୍ତି । ନିୟମ ଖିଲାପକାରୀଙ୍କ ଉପରେ ବିଏମସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ