ଓଡିଶା

odisha

ETV Bharat / city

ବାଘୁଣୀ ମେଘା ଓ ବିଜୟା ଛୁଆର ନାମକରଣ: ମିଳିଲା ଅଭୟ, ବିବେକ ଓ ସୋହିନୀ ନାଁ - ବାଘୁଣୀ ମେଘା ଛୁଆର ନାମକରଣ

ନନ୍ଦନକାନନ(Nandankanan)ରେ ବାଘୁଣୀ ମେଘା ଓ ବିଜୟା ଛୁଆର ହୋଇଛି ନାମକରଣ । ମେଘା ଛୁଆମାନଙ୍କ ନାମ ଅଭୟ, ବିବେକ ଏବଂ ସୋହିନୀ ହୋଇଥିବାବେଳେ ବିଜୟା ଛୁଆର ନାଁ ରହିଛି ରକି, ବଂଶୀ ଓ ରାକେଶ । ଅଧିକ ପଢନ୍ତୁ

ନନ୍ଦନକାନନରେ ବାଘୁଣୀ ମେଘା ଓ ବିଜୟାର ଛୁଆର ହେଲା ନାମକରଣ
ନନ୍ଦନକାନନରେ ବାଘୁଣୀ ମେଘା ଓ ବିଜୟାର ଛୁଆର ହେଲା ନାମକରଣ

By

Published : Dec 29, 2021, 1:59 PM IST

ଭୁବନେଶ୍ବର: ନନ୍ଦନକାନନ(Nandankanan)ରେ ନବଜନ୍ମିତ ବାଘ ଛୁଆଙ୍କ ନାମକରଣ ହୋଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ(Nandankanan Zoological Park)ର ୬୨ ତମ ପ୍ରତିଷ୍ଠା ଦିବସ ଅବସରରେ ବାଘୁଣୀ ମେଘା ଓ ବିଜୟା ଛୁଆର ନାମକରଣ କରାଯାଇଛି । ଲୋକଙ୍କ ଦ୍ବାରା ମିଳିଥିବା ମତାମତ ଆଧାରରେ ଏହି ନାମକରଣ ହୋଇଛି ।

ନନ୍ଦନକାନନରେ ବାଘୁଣୀ ମେଘା ଓ ବିଜୟାର ଛୁଆର ହେଲା ନାମକରଣ

ବାଘୁଣୀ ମେଘାର ୩ ଓ ବିଜୟାର ୩ ଛୁଆଙ୍କୁ ନାଁ ମିଳିଛି । ନିଜସ୍ୱ ପରିଚୟ ବା ନାଁରେ ଏବେ ପରିଚିତ ହେବେ ନବଜନ୍ମିତ 6 ବାଘ ଛୁଆ । ମେଘାର 3 ଛୁଆଙ୍କ ମଧ୍ୟରୁ 2 ପୁରୁଷ ଥିବାବେଳେ ଜଣେ ମହିଳା ବାଘ ରହିଛି । ବାଘୁଣୀ ମେଘାର ସ୍ୱାମୀ ଜଙ୍ଗଲୀ ବାଘ ନନ୍ଦନ । ନାମକରଣ ହୋଇଥିବା ଦୁଇ ପୁଅଙ୍କ ନାଁ ଅଭୟ ଓ ବିବେକ ହୋଇଥିବାବେଳେ ଝିଅର ନାଁ ସୋହିନୀ ।

ସେହିପରି ଧଳା ବାଘୁଣୀ ବିଜୟାର ସ୍ୱାମୀ ହେଉଛନ୍ତି ସୈଫ । ସେମାନଙ୍କ ଔରସରୁ ଜନ୍ମ ନେଇଛନ୍ତି 3 ପୁରୁଷ ବାଘ । ସେମାନଙ୍କ ନାଁ ହୋଇଛି ରକି, ବଂଶୀ, ରାକେଶ । ନନ୍ଦନକାନନରେ ପୁରୁଷ, ମହିଳା ଓ ଶିଶୁ ସମୁଦାୟ 27 ଟି ବାଘ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ABOUT THE AUTHOR

...view details