ଭୁବନେଶ୍ବର:ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମରେ ଥିବା ପୋଖରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟି ପରିତ୍ୟକ୍ତ ଅବସ୍ଥାରେ ମିଳିଛି । ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉଦ୍ଧାର ହୋଇଥିବା ଶିଶୁର ମେରୁଦଣ୍ଡରେ ସମସ୍ୟା ଦେଖାଦେଇଛି । ପ୍ରାଥମିକ ଚିକିତ୍ସା ପାଇଁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚନ୍ଦକା ପୋଲିସ ପକ୍ଷରୁ ଚାଇଲ୍ଡ ଲାଇନକୁ ଏନେଇ ରିପୋର୍ଟ କରାଯାଇଛି । ସ୍ବାସ୍ଥ୍ୟ ବ୍ୟବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।