ଓଡିଶା

odisha

ETV Bharat / city

ନୂଆବର୍ଷରେ ରାଜନୈତିକ ଦଳଙ୍କ ନୂଆ ସଂକଳ୍ପ - ପିସିସି ନୂଆ ସଂକଳ୍ପ

ନୂଆବର୍ଷରେ ରାଜନୈତିକ ଦଳମାନେ ନିଜର ସଂକଳ୍ପ ଓ ଆଗାମୀ ରଣନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବେକାରୀ ସମସ୍ୟା, ଚାଷୀ ମାନଙ୍କ ସମସ୍ୟା ଓ ଦାରିଦ୍ର୍ୟ ଦୂରୀକରଣ, ନାରୀ ସୁରକ୍ଷା ଏସବୁ ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ତାର ପରିବର୍ତ୍ତନ ହେଉ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ନୂଆବର୍ଷରେ ରାଜନୈତିକ ଦଳଙ୍କ ନୂଆ ସଂକଳ୍ପ
ନୂଆବର୍ଷରେ ରାଜନୈତିକ ଦଳଙ୍କ ନୂଆ ସଂକଳ୍ପ

By

Published : Jan 1, 2021, 10:55 PM IST

ଭୁବନେଶ୍ବର: ନୂଆବର୍ଷରେ ରାଜନୈତିକ ଦଳମାନେ ନିଜର ସଂକଳ୍ପ ଓ ଆଗାମୀ ରଣନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବେକାରୀ ସମସ୍ୟା, ଚାଷୀ ମାନଙ୍କ ସମସ୍ୟା ଓ ଦାରିଦ୍ର୍ୟ ଦୂରୀକରଣ, ନାରୀ ସୁରକ୍ଷା ଏସବୁ ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ତାର ପରିବର୍ତ୍ତନ ହେଉ ବୋଲି ସେ କହିଛନ୍ତି ।

ନୂଆବର୍ଷରେ ରାଜନୈତିକ ଦଳଙ୍କ ନୂଆ ସଂକଳ୍ପ

ଏବେ କେବଳ ଚିଠି ଲେଖାରେ ଚାଲିଛି ସରକାର ପ୍ରକୃତରେ ଓଡ଼ିଆଙ୍କ ବିକାଶ କରୁନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ମହିଳା ମାନଙ୍କ ଭୋଟ ହାତେଇବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ସେ କହିଛନ୍ତି । କିନ୍ତୁ, ଉଭୟ ବିଜେପି ଓ ବିଜେଡି ମହିଳା ମାନଙ୍କ ପାଇଁ କ’ଣ କରିଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏପର୍ଯ୍ୟନ୍ତ ଯାହା କିଛି ହୋଇଛି ସବୁ କଂଗ୍ରେସ କରିଛି ।ଏବେବି ଅନେକ ଇଚ୍ଛା ଅଛି ରାଜ୍ୟର ବିକାଶ କରିବା ପାଇଁ । ଆଗାମୀ ଦିନରେ କଂଗ୍ରେସ ଆଦିବାସୀ ଦଳିତ ମହିଳା, ବେକାରୀ ଓ ଚାଷୀଙ୍କ ସମସ୍ୟା ନେଇ ଲଢେଇ ଜାରିରଖିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ବିଜେଡି ମଧ୍ୟ କହିଛି ଯେ ରାଜ୍ୟ ସରକାର ଯାହା କହିଛନ୍ତି ତାହା ପୂରଣ କରିଛନ୍ତି । ଲୋକଙ୍କ ସାଥୀରେ ରହିଛୁ ଆମେ ପ୍ରତିଦିନ ଲୋକଙ୍କ ବିକାଶ ସହ ରହିଛୁ । ଦଳ ସଂଘଠିତ ରହିଛି । ସବୁ ନିର୍ବାଚନର ଚ୍ୟାଲେଞ୍ଜ ପାଇଁ ଦଳ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅମର ଶତପଥୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details