ଓଡିଶା

odisha

ETV Bharat / city

New Wedding Guidelines In Bhubaneswar: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ - wedding guidelines in Bhubaneswar update

ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା । ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ। ଅଧିକ ପଢନ୍ତୁ

ରାଜଧାନୀରେ ବିବାହ ଉତ୍ସବରେ ଲାଗିଲା କଟକଣା: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ
ରାଜଧାନୀରେ ବିବାହ ଉତ୍ସବରେ ଲାଗିଲା କଟକଣା: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ

By

Published : Dec 14, 2021, 4:45 PM IST

ଭୁବନେଶ୍ବର: ଏଣିକି ରାଜଧାନୀରେ ବାହାଘର କରୁଥିଲେ ହୁସିଆର । ନିୟମ ଉଲ୍ଲଙ୍ଘନ କରୁଥିଲେ ଘରେ ପହଞ୍ଚିପାରେ ପୋଲିସ। ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ।

ରାଜଧାନୀରେ ବିବାହ ଉତ୍ସବରେ ଲାଗିଲା କଟକଣା: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ

ଏପରି ଘଟଣା ଦେଖିଲେ ୦୬୭୪୨୫୪୦୨୯୪ ରେ କଲ କରି ଜଣାଇଲେ ପୋଲିସ ପହଞ୍ଚି ଫାଇନ ଲଗାଇବା ସହ ବନ୍ଦ କରିପାରେ ଏପରି ବାଣ ଓ ବାଜା। ଏଥିପାଇଁ DCP ଅଫିସର ଲାଇସେନ୍ସ ସେଲକୁ ଆଲର୍ଟ ଅରାଯାଇଛି‌ । ଯେଉଁମାନେ ବାହାଘର ପାଇଁ ଅନୁମତି ଆଣୁଛନ୍ତି ସେଥିରେ ବାଣ ଫୁଟାଇବା ବା ବାଜା ବଜାଇବା ପାଇଁ ଅନୁମତି ଦିଆଯାଉନାହିଁ।

ରାଜଧାନୀରେ ବିବାହ ଉତ୍ସବରେ ଲାଗିଲା କଟକଣା: DJ ବାଜିଲେ, ବାଣ ଫୁଟିଲେ ଘରେ ପହଞ୍ଚିବ ପୋଲିସ

ତେଣୁ DCP ଅଫିସରୁ ବାହାଘର ପାଇ ଲାଇସେନ୍ସ ନେଉଥିବା ଲୋକଙ୍କ ତଥ୍ୟ ସ୍ଥାନୀୟ ଥାନାକୁ ଜଣାଇଦିଆଯିବ। ଯଦି କେହି ଏହି ନିୟମ ଉଲଙ୍ଘନ କରୁଛନ୍ତି, ତେବେ ଲାଉଡସ୍ପିକର ଓ ଏକ୍ସପ୍ଲୋସିଭ ଆକ୍ଟରେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details