କୋରାପୁଟ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ନୂତନ କୁଳପତି ନିଯୁକ୍ତ । ପ୍ରଫେସର ଆଇ ରାମବ୍ରାହ୍ମମଙ୍କୁ ମିଳିଲା ଦାୟିତ୍ବ । ଆଗାମୀ ୫ ବର୍ଷ ପାଇଁ ଏହି ପଦବୀରେ ହେବ ଅବସ୍ଥାପିତ । ଏନେଇ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଇ ରାମବ୍ରହ୍ମମ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂତନ କୁଳପତି - ରାଜନୀତି ବିଜ୍ଞାନରେ ପିଏଚଡି
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ନୂତନ କୁଳପତି ନିଯୁକ୍ତ । ଏନେଇ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ୟୁନିଭରସିଟି ଅଫ ହାଇଦ୍ରାବାଦରେ କାର୍ଯ୍ୟରତ ପ୍ରଫେସର ରାମବ୍ରାହ୍ମମଙ୍କୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି । ସେ ୟୁନିଭରସିଟି ଅଫ ହାଇଦ୍ରାବାଦରୁ ରାଜନୀତି ବିଜ୍ଞାନରେ ପିଏଚଡି ଲାଭ କରିଛନ୍ତି । ଏଥି ସହ ରାଜନୀତି ବିଜ୍ଞାନ ଓ ପବ୍ଲିକ ଆଡମିନଷ୍ଟ୍ରେସନରେ ମଧ୍ୟ ଆନ୍ଧ୍ର ୟୁନିଭରସିଟି ବିଶାଖପାଟନମରୁ ଏମ ଡିଗ୍ରି ହାସଲ କରିଛନ୍ତି । ପବ୍ଲିକ ପଲିସି,ଇ ଗଭର୍ନାସ ,ଆଦି କ୍ଷେତ୍ରରେ ସେ ଅନେକ ବହି ଲେଖିବା ସହ ନିଜର ପାରଙ୍ଗମତା ଦେଖାଇଛନ୍ତି । ପୂର୍ବରୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟରେ ଶରତ କୁମାର ପାଲିତା କାର୍ଯ୍ୟକାରୀ କୁଳପତି ଭାବରେ ନିଯୁକ୍ତ ଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ