ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂତନ ମୋଟର ଯାନ ଆଇନ । ଏନେଇ ଗତ 24 ଘଣ୍ଟା ଭିତରେ 3870 ଜଣଙ୍କ ପାଖରୁ ଆଦାୟ ହୋଇଛି ମୋଟ 1 କୋଟି 6 ଲକ୍ଷ ଟଙ୍କା। ରବିବାରଠାରୁ ନୂଆ ମୋଟର ଯାନ ଆଇନ କଡାକଡି ହେବା ପରେ କଡାକଡି ହୋଇଛି ଯାଞ୍ଚ ପ୍ରକ୍ରିୟା ।
ରାଜ୍ୟରେ ନୂତନ ମୋଟରଯାନ ଆଇନ; 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ
13:39 March 02
ରାଜ୍ୟରେ ନୂତନ ମୋଟରଯାନ ଆଇନ; 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ
ଏହି କ୍ରମରେ ଗାଡିରେ 3 ଜଣ ବସିଥିବା ଅଭିଯୋଗରେ 126 ଜଣ ଧରା ପଡିଛନ୍ତି। ମୋବାଇଲରେ କଥା ହୋଇ 48, ବିପରୀତ ଦିଗରେ ଗାଡି ଚଳାଇ 10, ମଦ ପିଇ 24, ବିନା ହେଲମେଟରେ 1831, ବିନା ସିଟ ବେଲ୍ଟରେ 349 ଓ ଦ୍ରୁତ ଗାଡି ଚାଳନାରେ 277 ଲୋକଙ୍କଠାରୁ ଜୋରିମାନା ଆଦାୟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ତେବେ 3870 ଜଣଙ୍କ ଭିତରୁ ଆରଟିଓ 1758ଜଣଙ୍କ ପାଖରୁ 88 ଲକ୍ଷ ଓ ପୋଲିସ 2112 ଜଣଙ୍କ ପାଖରୁ 18 ଲକ୍ଷ ଟଙ୍କା ଆଦାୟ କରିଛି। ସେପଟେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରୁଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ