ଓଡିଶା

odisha

By

Published : Sep 20, 2019, 4:54 PM IST

ETV Bharat / city

ନର୍ସ ନିହାରୀକା ହତ୍ୟା ଘଟଣା: ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପିତାମାତା

ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣା । ମିଳିଥିବା ମୃତଦେହ ଅଭିଯୋଗକାରୀଙ୍କ ଝିଅ କି ନୁହେଁ ଜାଣିବା ପାଇଁ ଝିଅର ପିତାମାତାଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଲା ପୋଲିସ । ଅଧିକ ପଢନ୍ତୁ...

ନର୍ସ ନିହାରିକା ହତ୍ୟା ଘଟଣା: କ୍ୟାପିଟାଲ ହସ୍ପିଟାଲରେ ପିତା, ମାତା

ଭୁବନେଶ୍ବର: ଘନଉଛି ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା । ଚାରିଦିନ ପୂର୍ବରୁ ଜଗତସିଂହପୁରରେ ଘଟିଥିବା ନର୍ସ ନିହାରୀକା ହତ୍ୟା ଘଟଣାରେ ଦିନକୁ ଦିନ ନୂଆତଥ୍ୟ ସାମ୍ନାକୁ ଆସୁଛି ।

ନର୍ସ ନିହାରିକା ହତ୍ୟା ଘଟଣା: କ୍ୟାପିଟାଲ ହସ୍ପିଟାଲରେ ପିତା, ମାତା

ଗୋଟିଏପଟେ ପୋଲିସ ମୃତଦେହ ଠାବ କରି ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ମିଳିଥିବା ମୃତଦେହ ଅଭିଯୋଗକାରୀଙ୍କ ଝିଅ କି ନୁହେଁ ଜାଣିବା ପାଇଁ ପୋଲିସ ଝିଅର ପିତା ମାତାଙ୍କ ଡିଏନ୍‌ଏ ଟେଷ୍ଟ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଛି ।

ଝିଅ ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିବା ପିତାମାତା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଏହାସହ ତାଙ୍କ ଝିଅକୁ ଯିଏବି ହତ୍ୟା କରିଛି ତାକୁ ସେହିପରି ମାରି ଦିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ବିନତୀ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଝିଅର ହତ୍ୟାକାରୀ କୁହାଯାଉଥିବା ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ଡିଏନଏ ଟେଷ୍ଟ ପରେ ପ୍ରକୃତ ଦୋଷୀ କିଏ ଜଣାପଡିବ ବୋଲି କହିଛି ପୋଲିସ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details