ଭୁବନେଶ୍ବର: ଯଦି ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ତାହାଲେ ହୁସିଆର ହୋଇଯାଆନ୍ତୁ । ମାନି ନିଅନ୍ତୁ ନିୟମ । ନଚେତ ହୋଇପାରନ୍ତି ହଇରାଣ । ଏଣିକି ଧରାପଡିଲେ ଆଉ ତ୍ରାହି ନାହିଁ । ନିୟମ ଭାଙ୍ଗିଥିଲେ ଦେବେ ଫାଇନ ତା ସହିତ ସୁଧାରିବାର ସାଇନ ।
କାରଣ ଚେକିଂ ହେଉଥିବା ସ୍ଥାନରେ ରହିବେ ହେଲମେଟ୍ ବେପାରି ଓ ଇନ୍ସୁରାନ୍ସ କର୍ମଚାରୀ । ହେଲମେଟ୍ ନଥିଲେ ନେବେ ହେଲମେଟ , ଇନ୍ସୁରାନ୍ସ ନଥିଲେ କରିବେ ଇନ୍ସୁରାନ୍ସ ପଲିସି । ଏଭଳି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି କମିଶନରେଟ ପୋଲିସ । ଏନେଇ କିଛି ଇନ୍ସୁରାନ୍ସ ଅଧିକାରୀ ଓ ହେଲମେଟ କମ୍ପାନି ସହ ଆଲୋଚନା କରିଛି କମିସନରେଟ ପୋଲିସ । ଯାହାକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିୟମ ଭାଙ୍ଗିଲେ ହେଲମେଟ୍ କି ପଲିସି ନେବା ବାଧ୍ୟତାମୂଳକ ହେବ।