ଭୁବନେଶ୍ବର: ହୁସିଆର, ସାବଧାନ, ସତର୍କ। ରାସ୍ତା ଉପରେ ଗାଡି ଚଳାଇବାବେଳେ ମାନନ୍ତୁ ନିୟମ । ନଚେତ ଗଣିପାରନ୍ତି ବିପୁଳ ପରିମାଣର ତଣ୍ଡ । ନୂଆ ଯାନବାହାନ ଚଳାଚଳ ନିୟମ ଲାଗୁ ପରେ କଡାକଡି କରିଛି କମିସନରେଟ ପୋଲିସ। ବିଭିନ୍ନ ଛକ ଓ ଟ୍ରାଫିକ ପଏଣ୍ଟରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ। ହେଲମେଟ ପିନ୍ଧିନଥିବା ଠୁ ଆରମ୍ଭ କରି ଟ୍ରିପଲ ରାଇଡ, ବିନା ସିଟବେଲଟ, ବିନା ଲାଇସେନ୍ସ ଓ କାଗଜପତ୍ରରେ ଡ୍ରାଇଭ ଭଳି ଟ୍ରାଫିକ ଉଲଙ୍ଘନକାରୀଙ୍କ ଉପରେ ନଜର ରଖି ଫାଇନ ଆଦାୟ ଜୋରଦାର କରିଛି କମିସନରେଟ ପୋଲିସ ।
ନୂଆ ନିୟମ ଛାଟରେ ଥରହର ରାଜଧାନୀ, ଗଣିଲେଣି ଦଶଗୁଣ ତଣ୍ଡ - ଟ୍ରାଫିକ ନିୟମ
ରାସ୍ତା ଉପରେ ଗାଡି ଚଳାଇବାବେଳେ ମାନନ୍ତୁ ଟ୍ରାଫିକ ନିୟମ । ନଚେତ ଗଣିପାରନ୍ତି ବିପୁଳ ପରିମାଣର ତଣ୍ଡ । ନୂଆ ଯାନବାହାନ ଚଳାଚଳ ନିୟମ ଲାଗୁ ପରେ କଡାକଡି କରିଛି କମିସନରେଟ ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏଥିସହ ନୂତନ ନିୟମ ସମ୍ପର୍କରେ ମାଇକ ଜରିଆରେ ସହର ଓ ଛକଛକ ବୁଲି ସଚେତନ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ଅନ୍ୟପଟେ ନିୟମ ଉଲଙ୍ଘନକାରୀ ଧରାପଡିବା ପରେ ଦଶଗୁଣ ଫାଇନ ଦେଇଛନ୍ତି। ଏପରିକି କେହି କେହି ନିୟମ ସମ୍ପର୍କରେ ଅବଗତ ନଥିବା ବେଳେ ଫାଇନ ଦେବା ପରେ ସଚେତନ ହୋଇଛନ୍ତି । ତେବେ ଦଶଗୁଣ ଫାଇନ ଦେବା ପରେ ନିଶ୍ଚିତ ଲୋକେ ନୂଆ ନିୟମ ସମ୍ପର୍କରେ ହୃଦୟଙ୍ଗମ ହେବେ ଓ ନିୟମ ମାନିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଫାଇନ ଦେଇଥିବା ଟ୍ରାଫିକ ଉଲଙ୍ଘନକାରୀ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ