ଭୁବନେଶ୍ବର: ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଖସିବା ମୁସ୍କିଲ । ଅଯଥାରେ ଟ୍ରାଫିକ ପୋଲିସ ସହ କରିପାରିବେ ନାହିଁ ଯୁକ୍ତି । ନିୟମ ଉଲ୍ଲଙ୍ଘନ କରିଥିଲେ କ୍ୟାମେରା କହିବ ସତ । କାରଣ ଲାଗୁ ହୋଇଛି ଟିଭିଡିଏସ ସିଷ୍ଟମ ଅର୍ଥାତ ଟ୍ରାଫିକ ଭାଓଲେଟର ଡିଟେକ୍ଟର ସିଷ୍ଟମ ।
ସିଗନାଲରେ ଜେବ୍ରା ଲାଇନ ଅତିକ୍ରମ କଲେ, ରେଡ ଲାଇଟ ଅତିକ୍ରମ କଲେ, ଟ୍ରିପଲ ରାଇଡ ବା ବିନା ହେଲମେଟ ଓ ସିଟ୍ ବେଲଟ, ଓଭରଲୋଡିଂ ଠୁ ଆରମ୍ଭ କରି ସ୍ପିଡି ଡ୍ରାଇଭିଂ ଆଦି ସମସ୍ତ ଘଟଣା ଉପରେ ନଜର ରଖିବ କ୍ୟାମେରା । ସିସି କ୍ୟାମେରାରେ ଜାଣିହେବ ନିୟମ ଉଲ୍ଲଙ୍ଘନର କଥା । ସଙ୍ଗେ ସଙ୍ଗେ ଫାଇନ ନ ଦେଲେ ଘରେ ପହଞ୍ଚିବ ନୋଟିସ ।
କାରଣ ଅଟୋମେଟିକ ନମ୍ବର ପ୍ଲେଟ ରିଡରରେ ଜଣାପଡିଯିବ, କେମିତି ଉଲ୍ଲଙ୍ଘନ କରିଛନ୍ତି ଚ୍ରାଫିକ ନିୟମ ? କେତେ ଦେବେ ଜୋରିମାନା ? ତେବେ ସଙ୍ଗେ ସଙ୍ଗେ ଜୋରିମାନା ନ ଦେଇପାରିଲେ କମିସନରେଟ କାର୍ଯ୍ୟାଳୟ କାଉଣ୍ଟରରେ ଜମା କରିପାରିବେ ଚାଲାଣ ଟଙ୍କା । ଫାଇନ ଦେବାରେ ବିଳମ୍ବ କଲେ ସୁଧ ସହ ଦେବେ ଫାଇନ । ଏହାସହ ରୋଡ ଟ୍ୟାକ୍ସ ଜମା ବେଳେ ଦେବେ ଫାଇନ । ଏଥର ଟ୍ରାଫିକ ଉଲ୍ଲଙ୍ଘନରୁ ଖସି ନଯିବାକୁ ଏମିତି ହୋଇଛି ବ୍ୟବସ୍ଥା।