ଓଡିଶା

odisha

ETV Bharat / city

New SOP Issued: ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜିଠୁ ନୂଆ ଗାଇଡଲାଇନ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ଏସଓପି (New SOP issued for darshan at Jagannath temple in puri ) । ନୂଆ ଏସଓପି ଅନୁସାରେ ଆଜି (ଗୁରୁବାର) ଠାରୁ ସକାଳ ୫ ଟା ୩୦ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ ଜନ । ଅଧିକ ପଢନ୍ତୁ

Puri Jagannath Temple
Puri Jagannath Temple

By

Published : Dec 15, 2021, 9:18 PM IST

Updated : Dec 16, 2021, 6:55 AM IST

ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ଏସଓପି ( New SOP issued for darshan at Jagannath temple in puri ) । ନୂଆ ଏସଓପି ଅନୁସାରେ ଆଜି (ଗୁରୁବାର) ଠାରୁ ସକାଳ ୫ ଟା ୩୦ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ (Puri Jagannath Temple) ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ ଜନ ।

ସେହିପରି କୋଭିଡ କଟକଣା ଓ ଭିଡ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଶେଷ ଦିନ ତଥା ଡିସେମ୍ବର ୩୧ ଓ ନବବର୍ଷ ଦିନ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ଦ୍ବାର । ଏହାବାଦ ଦାରୁବ୍ରହ୍ମଙ୍କ ବନକ ଲାଗିନୀତି ଓ ପଇତା ଲାଗି ବେଳେ ଜୟ ବିଜୟ ଓ ବେହରଣ ଦ୍ବାର ବନ୍ଦ ରହିବ । ଏହି ସମୟରେ ଭକ୍ତ ମାନେ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।

Puri Jagannath Temple: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନୂଆ ଗାଇଡ ଲାଇନ

ଏତତ ବ୍ୟତୀତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ୨ ଡୋଜ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟରେ Covid RT-PCR ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ କରଯାଇଛି ।

ସୂଚନାଯୋଗ୍ୟଯେ ପୂର୍ବରୁ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିର ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 16, 2021, 6:55 AM IST

For All Latest Updates

TAGGED:

ABOUT THE AUTHOR

...view details