ଭୁବନେଶ୍ବର: ଏଣିକି ଧରାପଡିବେ ସାଇବର ଅପରାଧି,ସାଇବର ଭବନରୁ ତିଆରି ହେବ ବ୍ଲୁ ପ୍ରିଣ୍ଟ । କାରଣ ଭୁବନେଶ୍ବରରେ ଖୋଲିଛି ସାଇବର ଭବନ । ଯେଉଁଠି ଅଛନ୍ତି ବଛା ବଛା ସାଇବର ଏକ୍ସପର୍ଟ ସହ ଅଭିଜ୍ଞ ଅଫିସର । ଅଶ୍ଳିଳ ଭିଡ଼ିଓ ଭାଇରାଲ କେସ ହେଉ ବା ଅନଲାଇନ ଠକେଇ । ୱେବସାଇଟ ହ୍ୟାକ ଠୁ ଆରମ୍ଭ କରି ଅନଲାଇନ କ୍ରାଇମ । ଏସବୁ ଦିଗରେ ଆସିବ ବଡ଼ ଧରଣର ପରିବର୍ତ୍ତନ ।
କାରଣ ସାଇବର ମୁକାବିଲା ଦିଗରେ ଓଡ଼ିଶା ପୋଲିସର କ୍ରାଇମ ବ୍ରାଞ୍ଚ ଅଧିନରେ ଭୁବନେଶ୍ବରରେ ଖୋଲିଛି ସାଇବର ଭବନ । ଯେଉଁଠି ସାଇବର ଅପରାଧିଙ୍କୁ ଟ୍ରାକ କରିବାକୁ ରହିଛି ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ସଫ୍ଟୱାୟାର ଓ ଆଣ୍ଟିଭାଇରସ ସହ ଅନଲାଇନ ଡିଟେକ୍ଟର ନାସନାଲ । ପୋଲିସ ଏକାଡେମୀର ସହାୟତାରେ ଏନଡିସି,ଆରଟିସି ଏନେଇ ତାଲିମ ଦେଉଛନ୍ତି ।
୮ ଟି ଟ୍ରଜନିରେ ୨୦୦ ଏସଆଇରୁ ଇନ୍ସେପେକ୍ଟର ସ୍ତରରେ ତାଲିମ ଦେବା ପାଇଁ ଯୋଜନା ରହିଛି । ଯେତିକି କ୍ରାଇମ ହେଉଛି ତା ତୁଳନାରେ ପୋଲିସର କାପାସିଟିି କମ ରହିଥିବା ପୋଲିସ ଡିଜି କହିଛନ୍ତି । ତେଣୁ ଓଡ଼ିଶାରେ ହେଉଥିବା ସାଇବର ଟ୍ରେଣ୍ଡକୁ ନଜରରେ ରଖି ଏକ ଲିଷ୍ଟ ପ୍ରସ୍ତୁତ କରାଯାଇ ନ୍ୟାସନାଲ ପୋଲିସ ଏକାଡେମୀର ସହାୟତାରେ ତାଲିମ ଦିଆଯାଉଛି ।