ଓଡିଶା

odisha

ETV Bharat / city

ଟ୍ବିନସିଟିରେ ସେସୁର ନୂଆ କାଉଣ୍ଟର, ଦୂର ହେବ ବିଲ ପୈଠ ସମସ୍ୟା

ଏୟାରଟେଲ କାଉଣ୍ଟରରେ ପୈଠ କରିହେବ ଇଲେକ୍ଟ୍ରି ବିଲ । କମ୍ପାନୀ ସହ ଚୁକ୍ତି କରି ଉଭୟ କଟକ ଭୁବନେଶ୍ବରରେ ଖୋଲିଲା 160ଟି କାଉଣ୍ଟର । ଅଧିକ ପଢନ୍ତୁ...

electricbill
ଏୟାରଟେଲ କାଉଣ୍ଟରରେ ଜମାହେବ ଇଲେକ୍ଟ୍ରି ବିଲ ପୈଠ

By

Published : Jan 20, 2020, 8:41 PM IST

ଭୁବନେଶ୍ବର: ଟ୍ବିନସିଟିରେ ଖୋଲିଲା ସେସୁର ନୂଆ କାଉଣ୍ଟର । ଏୟାରଟେଲ ସହ ଚୁକ୍ତି କରି ଉଭୟ କଟକ ଭୁବନେଶ୍ବରରେ ଖୋଲିଛି 160ଟି କାଉଣ୍ଟର । ଉପଭୋକ୍ତାଙ୍କ ଟଙ୍କା ଭରିବାକୁ ନେଇ ସେସୁ କାର୍ଯ୍ୟାଳୟରେ ଭିଡକୁ ନେଇ ଏଭଳି ନିଷ୍ପତ୍ତି କରାଯାଇଛି ।

ଏୟାରଟେଲ କାଉଣ୍ଟରରେ ଜମାହେବ ଇଲେକ୍ଟ୍ରି ବିଲ ପୈଠ

ରାଜ୍ୟରେ ବଡ ସମସ୍ୟା ପାଲଟିଛି ସେସୁ କାର୍ଯ୍ୟାଳୟରେ ଟଙ୍କା ପୈଠ । କାରଣ ପୈଠ କରିବା ସମୟରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଯାହାକୁ ସମାଧାନ କରିବାକୁ ସେସୁ ପକ୍ଷରୁ ଏହି ପ୍ରଚେଷ୍ଟା କରାଯାଇଛି । ରାଜ୍ୟରେ ସେସୁର 27 ଲକ୍ଷ ଗ୍ରାହକ ରହିଥିବା ବେଳେ 26 ଲକ୍ଷ ଗ୍ରାହକ କାର୍ଯ୍ୟାଳୟରେ ଟଙ୍କା ଭରୁଛନ୍ତି । ହେଲେ ବାକି 1 ଲକ୍ଷ ଲୋକ ଡିଜିଟାଲ ଉପରେ ନିର୍ଭର କରୁଛନ୍ତି।

ରାଜ୍ୟରେ ରହିଛି 10 ହଜାର କାଉଣ୍ଟର। ପ୍ରଥମ ପର୍ଯ୍ୟାୟରେ ଏୟାରଟେଲ ପକ୍ଷରୁ କଟକ ଭୁବନେଶ୍ବରରେ ୧୬୦ଟି କାଉଣ୍ଟରରେ ସେସୁର ବିଲ ପୈଠ କରିହେବ। ସେହିଭଳି ଭୁବନେଶ୍ବରରେ ରହିଛି 90ଟି କାଉଣ୍ଟର ଓ କଟକରେ ରହିଛି 70ଟି କାଉଣ୍ଟର । ଯାହା ଲୋକମାନଙ୍କ ପାଇଁ ସୁବିଧା ଯୋଗାଇ ଦେବାରେ ସାହାଯ୍ୟ କରିବ ଏୟାରଟେଲ କମ୍ପାନୀ । ଏଥି ମଧ୍ୟରେ ସେସୁ କାର୍ଯ୍ୟାଳୟରେ ଗ୍ରାହକ ମାନଙ୍କର ଭିଡ ନ ଲଗାଇ ମଧ୍ୟ ଏୟାରଟେଲ କାଉଣ୍ଟରରେ ଇଲେକ୍ଟ୍ରି ବିଲ ପୈଠ କରିପାରିବେ । ଏହା ଛଡା ମଧ୍ୟ ଡିଜିଟାଲ ମାଧ୍ୟମରେ ମଧ୍ୟ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details