ଭୁବନେଶ୍ବର: ଓଡ଼ିଶା ଫାୟାର ସର୍ଭିସରେ ହେବ ନବକଳେବର । ଏନେଇ ଖୁବଶୀଘ୍ର ଲାଗୁହେବ ନୂଆ ସର୍ଭିସ ମ୍ୟାନୁଆଲ । ଯାହାଦ୍ବାରା ଅଗ୍ନିଶମ ବିଭାଗର କାର୍ଯ୍ୟପ୍ରଣାଳୀରେ ଆସିବ ବଡ଼ ପରିବର୍ତ୍ତନ। ଦେଶରେ ଏକ ଭରଷା ଯୋଗ୍ୟ ପ୍ରତିଷ୍ଠାନ ଭାବେ ପାଇବ ସ୍ବତନ୍ତ୍ର ପରିଚୟ ।
୧୯୮୩ ଓଡିଶା ଫାୟାର ସର୍ଭିସ ଆକ୍ଟ ଅନୁସାରେ, ମ୍ୟାନୁଆଲ ଲାଗୁ କରିବାକୁ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ୩ମାସ ମଧ୍ୟରେ ଏହାର ଏକ ଡ୍ରାଫ୍ଟ ମାନ୍ୟୁଆଲ ପ୍ରସ୍ତୁତ କରି ସରକାରଙ୍କୁ ଦେବା ପରେ ଅନୁମୋଦନ ହେବା ପରେ ଏହା ଲାଗୁ ହେବ । ବିଗତ ଦଶନ୍ଧିରେ ଓଡ଼ିଶା ଫାୟାର ସର୍ଭିସର କାମ ସହ ଦାୟିତ୍ବ ବଢିଯାଇଛି।