ଭୁବନେଶ୍ବର: ସରକାରଙ୍କ ବଡ ନିଷ୍ପତି। ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା କୋରୋନା ଆକ୍ରାନ୍ତ ଚାହିଁଲେ ଘରେ ସଙ୍ଗରୋଧ ଭାବରେ ରହିପାରିବ। ହେଲେ ଘରେ ସମସ୍ତ ସୁବିଧା ରହିଥିବା ଆବଶ୍ୟକ। ତେବେ ଏହା କେବଳ ସହରାଞ୍ଚଳରେ ହିଁ ଲାଗୁ କରାଯିବ ବୋଲି କହିଛନ୍ତି ଆଜି ଠାରୁ ଏହି ନିୟମ କେବଳ ସହରାଞ୍ଚଳରେ ଲାଗୁ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।
ଯେଉଁମାନେ ଘରେ ରହିବେ ସେମାନଙ୍କ ଉପରେ ସରକାରଙ୍କର ନଜର ରହିବ। ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ। ହାତରେ ଷ୍ଟାମ୍ପ ଲଗାଯିବ ଓ ବ୍ୟାଣ୍ଡ ପିନ୍ଧାଯିବ। ଘର ଆଗରେ ପୋଷ୍ଟର ଲଗାଯିବ। ସେମାନଙ୍କର ଘରେ ରହିବାକୁ ଚାହୁଁଥିଲେ ଘରେ ଅଲଗା ପାଇଖାନା, ଅଲଗା ଘର ଆଦି ସମସ୍ତ ପ୍ରକାରର ସୁବିଧା ରହିଥିବା ଆବଶ୍ୟକ। ସେମାନେ ଅସ୍ଥାୟୀ ମେଡିକାଲରେ ନରହି ପ୍ରଶାସନର ଅନୁମତି କ୍ରମେ ଘରେ ରହିପାରିବେ। ବର୍ତ୍ତମାନ ଏହା କେବଳ ସହରାଞ୍ଚଳରେ ହିଁ ଲାଗୁ ହେବ ବୋଲି ସେ ଦର୍ଶାଇଛନ୍ତି ।
ତେବେ ଏନେଇ ଭାରତ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଭାରତ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ରୋଗୀମାନେ ଲକ୍ଷଣ ପ୍ରକାଶ ପାଇବାର 10 ଦିନ ପରେ କିମ୍ବା 3 ଦିନ ଧରି ଜ୍ବର ନଥିବା କ୍ଷେତ୍ରରେ ଡିସଚାର୍ଜ ହୋଇପାରିବେ । ସେହିପରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ପାଇବା ବନ୍ଦ ହେବାର 3 ଦିନ ପରେ ଡିସ୍ଚାର୍ଜ କରାଯାଇପାରିବ ।
ତେବେ ରାଜ୍ୟ ସରକାର ଏହାକୁ ମାନିଥିବାବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଓଡିଶାରେ ଡିସଚାର୍ଜ ପରେ 7 ଦିନ ପରିବର୍ତ୍ତେ 14 ଦିନ ଘରେ ପୃଥକବାସରେ ରହିବାକୁ ହେବ। ଘରେ ପୃଥକବାସ ସମୟରେ ବ୍ୟକ୍ତିଙ୍କ ହାତରେ ଅଲିଭା କାଲିର ଷ୍ଟାମ୍ପ ଲଗାଯିବ। ଘର ଆଗରେ ଏକ କ୍ବାରେଣ୍ଟାଇନ ଷ୍ଟିକର ଲଗାଯିବ । ତେବେ ଏଥିପାଇଁ ଘରେ ଅଲଗା ଶୌଚାଳୟ ଏବଂ ଅଲଗା ରୁମ ଥିବା ଆବଶ୍ୟକ । ଯଦି ନଥିବ ତେବେ ସେମାନଙ୍କୁ ସରକାରୀ ସେଣ୍ଟରରେ ରଖାଯିବ ବୋଲି ସେ କହିଛନ୍ତି ।