ଓଡିଶା

odisha

ETV Bharat / city

ଦଳ ବିରୋଧୀ ନୁହେଁ ଏବେ ଜନ ବିରୋଧୀ, ସୁପ୍ରିମୋଙ୍କ ନୂଆ ଫଣ୍ଡା - new rule of cm naveen pattnaik

ମଙ୍ଗୁଆଳଙ୍କ ନୂଆ ଅଭିଯାନ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ଦଳୀୟ ନେତା ବିଦା ହେଉଥିବା ନଜିର ଥିଲା ହେଲେ ପ୍ରଥମଥର ପାଇଁ ଜନବିରୋଧି କାର୍ଯ୍ୟ ପାଇଁ ଜଣେ ବିଧାୟକଙ୍କୁ ବଳି ପକାଇଛି ଦଳ । ଅଧିକ ପଢନ୍ତୁ...

ଦଳ ବିରୋଧୀ ନୁହେଁ ଏବେ ଜନ ବିରୋଧୀ, ସୁପ୍ରିମୋଙ୍କ ନୂଆ ଫଣ୍ଡା
ଦଳ ବିରୋଧୀ ନୁହେଁ ଏବେ ଜନ ବିରୋଧୀ, ସୁପ୍ରିମୋଙ୍କ ନୂଆ ଫଣ୍ଡା

By

Published : Nov 29, 2020, 12:39 PM IST

ଭୁବନେଶ୍ବର: ଦଳରୁ ନେତାଙ୍କୁ ବହିଷ୍କାର ପାଇଁ ବିଜେଡିର ନୂଆ ଫଣ୍ଡା । ଦଳ ବିରୋଧୀ ନୁହେଁ ଜନ ବିରୋଧୀ। ମଙ୍ଗୁଆଳଙ୍କ ନୂଆ ଅଭିଯାନ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହେବା ଅନେକ ନଜିର ରହିଛି । ଅନେକ ବରିଷ୍ଠଙ୍କୁ ଶିକାର ହେବାକୁ ପଡିଛି। ହେଲେ ପ୍ରଥମ ଥର ପାଇଁ ଜନ ବିରୋଧୀ ପାଇଁ ଜଣେ ବିଧାୟକଙ୍କୁ ବଳି ପକାଇଛି ଦଳ। ଯାହାକି ବିଜେଡି ସୁପ୍ରିମୋଙ୍କ ନୂଆ ନାରା ହୋଇଛି ।

ଆଇଏଫଏସ ଅଭୟ ପାଠକ ଲିଙ୍କ୍‌ ତାଙ୍କ ପାଇଁ ଅଡୁଆ ହୋଇଛି। ଯଦିଓ ଦୀର୍ଘ ଦିନ ଧରି ତାଙ୍କୁ ଜିଲ୍ଲାର ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରଖା ଯାଉଥିଲା ସେବେଠୁ ସେ ଟାର୍ଗେଟରେ ରହି ଆସିଥିଲେ। ପ୍ରଦୀପ ମଧ୍ୟ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁ ନଥିଲେ କି ସାମିଲ ହେଉନଥିଲେ।

ଅନ୍ୟପକ୍ଷରେ କହିବାକୁ ଗଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁଯୋଗ ଖୋଜା ପଡିଥିଲା । ସେ ଯାହା ହେଉ ନା କାହିଁକି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅନ୍ୟ ନେତାଙ୍କ ପାଇଁ ସତର୍କ ଘଣ୍ଟି। ନେତାଙ୍କୁ ସାବଧାନ ହେବାକୁ ପଡ଼ିବ। ଲୋକଙ୍କ ବିରୋଧରେ ଗଲେ ବି କାର୍ଯ୍ୟାନୁଷ୍ଠାନ ନେବେ ସୁପ୍ରିମୋ। ଉଭୟ ନୂଆ ଓ ପୁରୁଣା ପିଢ଼ିର ରାଜନେତାଙ୍କ ପାଇଁ ଏହା ଏକ ଶିକ୍ଷା ଦେବ। ଏକଥା ସତ ଯେ ଦଳରୁ କିଏ ବିଦା ହେବେ କିଏ ରହିବେ, କାହାକୁ କେଉଁ ଆଳରେ ବିଦା କରି ହେବ ତାହା ସୁପ୍ରିମୋଙ୍କ ଉପରେ ନିର୍ଭର କରେ ।

ସୂଚନା ଥାଉକି, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ନିକଟରେ ଆଇଏଫଏସ ଅଭୟ ପାଠକ ଲିଙ୍କ୍‌ ନେଇ ସେ ଛନ୍ଦି ହୋଇପଡିଥିଲେ । ବିବାଦ ବଢିବାରୁ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details