ଓଡିଶା

odisha

ETV Bharat / city

RTO-1ର ନୂଆ ବିଲଡିଂ ଓ SQMS ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି (ସୋମବାର) ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) -1ର ନୂତନ ବିଲଡିଂର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆରଟିଓ -1ରେ ରାଜ୍ୟର ପ୍ରଥମ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁ୍ଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Nov 1, 2021, 10:56 PM IST

Updated : Nov 2, 2021, 8:38 AM IST

New RTO building inaugurate by cm Naveen Pattnaik
RTO-1ର ନୂତନ ବିଲଡିଂ ଓ SQMS ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) -1ର ନୂତନ ବିଲଡିଂର ଉଦଘାଟନ କରିଛନ୍ତି । ଏହା ସହ ଆରଟିଓ -1ରେ ରାଜ୍ୟର ପ୍ରଥମ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩.୯୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲଡିଂରେ ତିନୋଟି ମହଲା ଅଛି, ପ୍ରତ୍ୟେକ ମହଲା ୫୦୦୦ ବର୍ଗଫୁଟ ବିଶିଷ୍ଟ ।

RTO-1ର ନୂତନ ବିଲଡିଂ ଓ SQMS ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

5T ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ଓଡିଶା ସରକାର ସର୍ବଦା ଚେଷ୍ଟିତ । ପୂର୍ବରୁ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ । ବିଭିନ୍ନ ସେବା ପାଇଁ ଲୋକଙ୍କୁ ଲମ୍ବା ଧାଡିରେ ଠିଆ ହେବାକୁ ପଡୁଥିଲା । ସମୟ ନଷ୍ଟ ହେବା ତଥା ଝାଳରେ ବୁଡି ଠେଲାପେଲା ହେବା ଏକ କଷ୍ଟଦାୟକ ଅନୁଭୂତି ଥିଲା । ଫଳରେ ଉଭୟ ଜନସାଧାରଣ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟବସ୍ଥା କରିଛନ୍ତି । ଟୋକନ ଆଧାରିତ ଏହା ଏକକ ୱିଣ୍ଡୋ ସିଷ୍ଟମ । ଏହା ଦ୍ଵାରା ଲୋକଙ୍କ ସମସ୍ୟା ସମାଧାନ ସହ ଗହଳିର ସୁ-ପରିଚାଳନା ।

RTO-1ର ନୂତନ ବିଲଡିଂ ଓ SQMS ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ



ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୁଦନ ପାଢ଼ୀ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ପୂର୍ବରୁ ଯେଉଁଭଳି ଭାବେ ଠେଲାପେଲା ହେବା ଦୃଶ୍ୟ ନଜରକୁ ଆସୁଥିଲା, ସେଥିରେ ସୁଧାର ଆଣିବା ପାଇଁ ଏହି ବ୍ୟବସ୍ଥା ହୋଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ 'ସାରଥୀ' ୱେବସାଇଟ ଜରିଆରେ ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆର୍ଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି 'ବାହାନ' ସର୍ଭିସ ଜରିଆରେ ଯେଉଁମାନେ RC book, permit, ଗାଡି କାଗଜପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

RTO-1ର ନୂତନ ବିଲଡିଂ ଓ SQMS ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ



ଏହି ସୁବିଧା ଖୁବ ଶୀଘ୍ର ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ ଏବଂ ପୁରୀରେ ଆରମ୍ଭ ହେବ । କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୁଦନ ପାଢ଼ୀ, ପରିବହନ କମିଶନର ଅରୁଣ ବୋଥ୍ରା, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, RTO-1 ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ ।


କେମିତି ବ୍ୟବହାର କରିବେ SQMS ବ୍ୟବସ୍ଥା:-

ଏହା ଉଭୟ ଅନ୍ ଲାଇନ୍ ଓ ୱାକ-ଇନ୍ ଆବେଦନକାରୀଙ୍କୁ ସେବା ଯୋଗାଇଥାଏ । ଟୋକନ ନେବା ପରେ ଲୋକ ଏସି ୱେଟିଂ ରୁମରେ ବସିବେ । ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇ ପାରିବେ । ଏହା ଦ୍ୱାରା ଜନସାଧାରଣଙ୍କ ଅପେକ୍ଷା ସମୟ ଏବଂ ସେବା ବିତରଣ ସମୟ ହ୍ରାସ ପାଇବ । ନାଗରିକମାନେ ପ୍ରଶାସନର ସମସ୍ତ ସୁଲଭ ସୁବିଧା ଉପଲବ୍ଧ କରିବେ । ଉନ୍ନତ ସେବା ସହ ସୁଖଦ ଅନୁଭୂତି ନେଇ ଯିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 2, 2021, 8:38 AM IST

ABOUT THE AUTHOR

...view details