ଭୁବନେଶ୍ବର:ରାଜ୍ୟରେ ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ତୈଳ ଦର । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ 3 ଟଙ୍କା ଭ୍ୟାଟ୍ ହ୍ରାସ କରିବା ପରେ ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ପାଇଛି । ଫଳରେ ଏବେ ଓଡିଶାରେ ପେଟ୍ରୋଲ ଲିଟର ପିଛା ମୋଟ ୮ ଟଙ୍କା ଏବଂ ଡିଜେଲ ୧୩ ଟଙ୍କା ଶସ୍ତା ହୋଇଛି ।
ଦେଶରେ ଅହେତୁକ ଭାବେ ପେଟ୍ରୋଲ ଏବଂ ଡ଼ିଜେଲ ଦର ବୃଦ୍ଧି ପାଇଥିଲା । ଫଳରେ ସାଧାରଣଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକ ପ୍ରଭାବିତ ହେଉଥିଲେ । ଏପରିସ୍ଥଳେ କେନ୍ଦ୍ର ସରକାର ୩ ତାରିଖ ଦିନ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ତୈଳ ଉପରୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା କମାଇଥିଲା କେନ୍ଦ୍ର । ପରେ ରାଜ୍ୟ ସରକାର ୪ ତାରିଖରେ ପେଟ୍ରୋଲ ଓ ଡିଜେଲରୁ ୩ ଟଙ୍କା ଲେଖାଏଁ ଭ୍ୟାଟ୍ କମାଇବା ନେଇ ଘୋଷଣା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଦର କମାଇବା ପରେ ଏବେ ସାଧାରଣ ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।