ଓଡିଶା

odisha

ETV Bharat / city

ବେଆଇନ ନିର୍ମାଣ ପାଇଁ ନୂତନ ଯୋଜନା - ସରକାରଙ୍କ ନୂଆ ଯୋଜନା

ବେଆଇନ ନିର୍ମାଣକୁ ନିୟମ ସଙ୍ଗତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସର୍ବକ୍ଷମା ଯୋଜନା ମାଧ୍ୟମରେ ଏହାକୁ ଅଧିକ ସରଳ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 8, 2019, 10:59 PM IST

ଭୁବନେଶ୍ବର:ବେଆଇନ ନିର୍ମାଣକୁ ନିୟମ ସଙ୍ଗତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ସର୍ବକ୍ଷମା ଯୋଜନା ମାଧ୍ୟମରେ ଏହାକୁ ଅଧିକ ସରଳ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଯୋଜନାରେ ଉଭୟ ଆବାସିକ ଓ ଅଣଆବାସିକ ବିଲ୍ଡିଂ ବର୍ଗରେ ପାର୍କିଂ ସେଟବ୍ୟାକ୍ ଓ ସମୂଳ ଦେୟ ସମ୍ପର୍କିତ ବ୍ୟବସ୍ଥାକୁ କୋହଳ କରାଯାଇଛି । ନୂଆ ଯୋଜନା ଅନୁସାରେ 15 ମିଟର କମ୍ପାଉଣ୍ଡ ପ୍ଲଟ କିମ୍ବା ଘର ତିଆରି କଲେ ପ୍ରତ୍ୟେକ ପାର୍ଶ୍ବରେ 1.5 ମିଟର ଜାଗା ଛାଡିବାକୁ ପଡିବ । ସେହିପରି ବ୍ୟବସାୟିଙ୍କ ପାଇଁ ପ୍ଲଟ୍ ତିଆରି କଲେ 3 ମିଟର ଜାଗା ଉଭୟ ପାର୍ଶ୍ଵରେ ଛାଡିବାକୁ ପଡିବ । ଅଟାଳିକା କ୍ଷେତ୍ରରେ 6 ମିଟର ଓ ଆପାର୍ଟମେଣ୍ଟରେ 50 ମିଟର ସ୍ଥାନ ପାର୍କିଂ ପାଇଁ ଛାଡିବାକୁ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2018 ମସିହାରେ ବ୍ୟବସାୟୀ ବିଲ୍ଡିଂ କ୍ଷେତ୍ରରେ 300 ବର୍ଗ ମଧ୍ୟରେ ଗୃହ ତିଆରି ହୋଇଥିଲା । ସେହିପରି 300 ରୁ 500 ବର୍ଗମିଟର ଥିବା ସ୍ଥଳେ 50 ପ୍ରତିଶତ ଥିଲା । ମାତ୍ର ଏବେ ଏହାକୁ 25 ପ୍ରତିଶତ କରାଯାଇଛି । 500 ବର୍ଗ ମିଟରରୁ ଅଧିକ ପ୍ଲଟ ହୋଇଥିଲେ ପାର୍କିଂ ପାଇଁ 75 ପ୍ରତିଶତ ଛାଡିବା ପଡୁଥିଲା । ଯାହାକୁ ଏବେ ବଦଳାଇ 50 ପ୍ରତିଶତ କରାଯାଇଛି । ସେହିପରି ଉଚ୍ଚ ଅଟ୍ଟାଳିକା ପାଇଁ 50 ପ୍ରତିଶତ ପାର୍କିଂ ଲାଇନ୍ ଛଡାଯିବ । ମହାନଗର ନିଗମ ଅଞ୍ଚଳରେ ବ୍ୟବସାୟୀକ ବିଲ୍ଡିଂ ପାଇଁ ଡେଫିସିଟ୍ ଚାର୍ଜ 10 ହଜାର ଟଙ୍କା ଦେବାକୁ ପଡିବ । ଆବାସିବ ଗୃହ ପାଇଁ ପ୍ରତି ବର୍ଗ ମିଟର ପିଛା 10 ହଜାର ଟଙ୍କା ମିଳିବ।

ଏନଏସି ଅଞ୍ଚଳରେ ଆବାସ ଗୃହ ପାଇଁ ପ୍ରତି ବର୍ଗ ମିଟର ପାଇଁ 6000 ଟଙ୍କା ରଖାଯାଇଛି । ବ୍ୟବସାୟିକ ଗୃହ ପାଇଁ ନୂଆ ନିୟମରେ ଏହାକୁ 6000 ଟଙ୍କା ରଖାଯାଇଛି । ଗ୍ରାମାଞ୍ଚଳରେ ପ୍ରତି ବର୍ଗମିଟର ପାଇଁ ଆବାସିବ ଗୃହ ନିର୍ମାଣ କ୍ଷେତ୍ରରେ 5000 ଟଙ୍କା ରହିଛି । ବ୍ୟବସାୟିକ ବିଲ୍ଡିଂ ପାଇଁ ଏହାକୁ 5000 କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଏହି ଯୋଜନା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details