ଓଡିଶା

odisha

ETV Bharat / city

କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ

ଅପରାଧ ଦୁନିଆ ଛାଡିବେ ଅପରାଧୀ । କମିଶନରେଟ ପୋଲିସ ଆରମ୍ଭ କଲା ନୂଆ ସଚେତନତା ଅଭିଯାନ । ଅଧିକ ପଢନ୍ତୁ...

By

Published : Aug 18, 2021, 10:53 PM IST

କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ
କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ

ଭୁବନେଶ୍ବର:ଅପରାଧ ଦୁନିଆ ଛାଡିବେ ଅପରାଧୀ । ଏନେଇ ନୂଆ ଯୋଜନା ଆରମ୍ଭ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର । ଅପରାଧ ରୋକିବାର ପୋଲିସର ବସ୍ତିଚାଲ ଅଭିଯାନ। ଏଥର କେବଳ ସିଧାସଳଖ ଅପରାଧି ନୁହେଁ, ଅପରାଧ ପାଇଁ ପ୍ରସୟ ଦେଉଥିବା ପରିବାରକୁ ସଜାଡିବାକୁ ପୋଲିସ ଆରମ୍ଭ କରିବା ଭିନ୍ନ ପ୍ରୟାସ। ପିଲାର ଭୁଲ ପାଇଁ ପରିବାର ଯେପରି ତାକୁ ବାଟକୁ ଆଣିବ, ଅପରାଧ ଠାରୁ ପରିବାର ଲୋକେ ପିଲାଙ୍କୁ ଦୂରରେ ରଖିବେ, ସେନେଇ ବସ୍ତିରେ ପହଞ୍ଚି ବସ୍ତିରେ ରହୁଥିବା ପରିବାରକୁ ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିସନର। ଅପରାଧିକ ଜୀବନ ଅପେକ୍ଷା ସମ୍ମାନର ସହ ଜୀବନ ପାଇ ପୋଲିସ କମିସନର ଦେଖାଇଛନ୍ତି ପନ୍ଥା ।

କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ

ସହିଦନଗର ଥାନା ଅଞ୍ଚଳର ବିର୍ସା ମୁଣ୍ଡା ବସ୍ତିରେ ପହଞ୍ଚି ପୋଲିସ କମିସନର ଓ ଭୁବନେଶ୍ବର ଡିସିପି, ସ୍ଥାନୀୟ ଆଇଆଇସି ଓ ଏସପି ବାସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କର ଏକ ସୁନ୍ଦର ଭବିଷ୍ୟତ କିପରି ଗଢାଯାଇପାରିବ ସେନେଇ ଭରସାର ଦିଗ ମଧ୍ୟ ଦେଖାଇଛନ୍ତି । ପାଠ ପଢୁଥିବା ପିଲାଙ୍କ ଓ ବେକାର ଯୁବକଙ୍କ ପାଇଁ ଯଥା ସମ୍ଭବ ପୋଲିସର ସହଯୋଗରେ ଆତ୍ମନିର୍ଭରଶୀଳ ହେବା ପାଇଁ ବାଟ ଦେଖାଇଵା ସହ ଅପରାଧ ଠାରୂ ଦୁରେଇ ରହି ସୁନ୍ଦର ଭବିଷ୍ୟତ ଗଢିହେବ ସେ ନେଇ ଗୁରୁମନ୍ତ୍ର ଦେଇଛି କମିଶନରେଟ ପୋଲିସ । ଏନେଇ ହାଇଜିନ କିଟ ବାଣ୍ଟିବା ସହ ଆଗାମୀ ଦିନରେ ମାସକୁ ୪ଟି ବସ୍ତିରେ ଏଭଳି କାର୍ଯ୍ୟକ୍ରମ କରିବା ଲକ୍ଷ ରଖିଛି କମିଶନର ପୋଲିସ ।

କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ
କମିଶନରେଟ ପୋଲିସର ନୂଆ ପ୍ଲାନ, କ୍ରାଇମ ଛାଡିବେ କ୍ରିମିନାଲ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details