ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସ ଖୁବଶୀଘ୍ର ନୂଆ ପିସିସି ମୁଖ୍ୟ ପାଇବ । ଏପ୍ରିଲ ଶେଷ ସୁଦ୍ଧା ନୂଆ ପିସିସି ସଭାପତି ନାଁ ଘୋଷଣା କରିବ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) । ଆଜି (ଶୁକ୍ରବାର) ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ପ୍ରଭାରୀ ଡ. ଚେଲ୍ଲା କୁମାର ।
ପିସିସିର ସମ୍ପୂର୍ଣ୍ଣ ସାଙ୍ଗଠନିକ ସଦସ୍ୟ ରୂପରେଖ ବଦଳିବ । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ନୂଆ ସଦସ୍ୟ ଚୟନ କରାଯିବ। ଆଗକୁ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରରେ ମଜବୁତ ହେବ। ଯେଉଁ ପର୍ଯ୍ୟନ୍ତ ନୂଆ ପିସିସି ସଭାପତି ନାଁ ଘୋଷଣା ହୋଇନାହିଁ ସେ ପର୍ଯ୍ୟନ୍ତ ନିରଞ୍ଜନ ପଟନାୟକ ଦାୟିତ୍ବ ତୁଲାଉଥିବେ । ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ଦଳ ବୋଲି ପ୍ରଭାରୀ କହିଛନ୍ତି ।