ଓଡିଶା

odisha

ETV Bharat / city

କଂଗ୍ରେସର ନବ ସଂକଳ୍ପ ଶିବିର, 2024ରେ କଂଗ୍ରେସ କ୍ଷମତାକୁ ଫେରିବ: ପିସିସି ସଭାପତି

ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଛି ଦୁଇଦିନିଆ ନବ ସଂକଳ୍ପ ଶିବିର । ଆଜି କାଲି ଦୁଇଦିନ ଧରି ଏହି ଶିବିର ଚାଲିବାକୁ ଥିବାବେଳେ, ଦଳକୁ ସଂଗଠିତ ସହ ସୁଦୃଢ କରିବା ପାଇଁ ଏହି ଶିବିରରେ ରଣନୀତି ହେଉଛି । ଅଧିକ ପଢନ୍ତୁ

କଂଗ୍ରେସର ନବ ସଂକଳ୍ପ ଶିବିର, 2024 ରେ କଂଗ୍ରେସ କ୍ଷମତାକୁ  ଫେରିବ: ପିସିସି ସଭାପତି
କଂଗ୍ରେସର ନବ ସଂକଳ୍ପ ଶିବିର, 2024 ରେ କଂଗ୍ରେସ କ୍ଷମତାକୁ ଫେରିବ: ପିସିସି ସଭାପତି

By

Published : Jun 1, 2022, 10:29 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଛି ଦୁଇଦିନିଆ ନବ ସଂକଳ୍ପ ଶିବିର । ଆଜି କାଲି ଦୁଇଦିନ ଧରି ଏହି ଶିବିର ଚାଲିବାକୁ ଥିବାବେଳେ, ଦଳକୁ ସଂଗଠିତ ସହ ସୁଦୃଢ କରିବା ପାଇଁ ଏହି ଶିବିରରେ ରଣନୀତି ହେଉଛି । ଶିବିରକୁ ସମ୍ବୋଧିତ କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସର ୯ ବିଧାୟକ ଓ ଜଣେ ସାଂସଦ ଅଛନ୍ତି । ତେବେ କଂଗ୍ରେସ ସରକାରକୁ ଆସି ପାରିବନି ଭାବୁଥିବା ଲୋକ ଚିନ୍ତାଧାରା ବଦଳାନ୍ତୁ । ୨୦୨୪ ରେ କଂଗ୍ରେସ କ୍ଷମତାକୁ ଆସିବ । ବୁଥ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରୁ ଲଢେଇ ଆରମ୍ଭ ହେବ । ସଙ୍ଗଠନ ସୁଦୃଢ ପାଇଁ ଆସନ୍ତା ୯ ରୁ ସବୁ ଜିଲ୍ଲାରେ ହେବ ପଦ ଯାତ୍ରା।

କଂଗ୍ରେସର ନବ ସଂକଳ୍ପ ଶିବିର, 2024 ରେ କଂଗ୍ରେସ କ୍ଷମତାକୁ ଫେରିବ: ପିସିସି ସଭାପତି

ଛାତ୍ର, ଯୁବ, ମହିଳା ଭଳି ଛାମୁଆ ସଂଗଠନକୁ ସୁଦୃଢ ପାଇଁ ଦଳର ନେତାଙ୍କ ଗୁରୁତ୍ବ। ଦଳ ଛାଡିଥିବା ନେତାଙ୍କୁ ଘର ବାହୁଡା ପାଇଁ ଆରମ୍ଭ ହେବ ଉଦ୍ୟମ। ପ୍ରତି ଜିଲ୍ଲା ରେ ୭୫ କିମି ପଦ ଯାତ୍ରା କରିବେ ପିସିସି ସଭାପତି। ଜିଲ୍ଲା ବ୍ଲକ ଓ ମଣ୍ଡଳ ସ୍ତରରେ ହେବ ଦଳୀୟ ବୈଠକ ଅଧିବେଶନ ।

ସେପଟେ ଦଳରେ ଗୋଷ୍ଠୀକନ୍ଦଳ ଏବଂ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା କଂଗ୍ରେସ ନେତାଙ୍କୁ ସଭାପତି ଶରତ ପଟ୍ଟନାୟକ କଡା ଚେତାବନୀ ଦେଇଛନ୍ତି। କାନ କୁହା କଥା ମୁଁ ଶୁଣିବିନି। କିଏ କାହା ଘରକୁ ଗଲା , କଣ କଲା ସେ କଥା ମତେ କେହି କହିବନି। ଦଳ କିଭଳି କ୍ଷମତାକୁ ଫେରିବ ସେ ଦିଗରେ କାମ କରିବାକୁ ଆହ୍ବାନ ଦେଇଛନ୍ତି । ସମସ୍ତଙ୍କ କଥା ଶୁଣିବି, ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବ ବୋଲି ଶରତ କହିଛନ୍ତି । ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶରତଙ୍କୁ ସମର୍ଥନ କରି ଏକଜୁଟ ହୋଇ ଲଢିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details