ଭୁବନେଶ୍ବର:ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୃଷ୍ଣା'ର ଅଡିଓ ରିଲିଜ (Audio Release of new odia Movie Trushna) ହୋଇଯାଇଛି । ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ରିଲିଜ ଭୁବନେଶ୍ବରର ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି ।
ଚଳଚ୍ଚିତ୍ରରେ ଯୁବପିଢ଼ିଙ୍କ ପସନ୍ଦର ଗାୟକ ଗାୟିକା ଯଥା ସ୍ବୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଈଶ୍ବରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି । ସିନେମାଟି ଏକ କଳାତ୍ମକ ଶୈଳୀର ହୋଇଥିବା ବେଳେ 'ତୃଷ୍ଣା ବି ବେଶ ଲୋକାଦୃତ ହେବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି । 'ତୃଷ୍ଣା' ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସମରେଶ, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଜ୍ୟୋତିପ୍ରକାଶ ପଣ୍ଡା, ଅଭିଷେକ ଗିରି, ବିଘ୍ନେଶ ପଣ୍ଡା, ରତନ ମେହେର, ଧୀର ମଲ୍ଲିକ, ରବି ମିଶ୍ର, ଜୀବନ ପଣ୍ଡା, ଋଷି ପଟ୍ଟନାୟକ, କ୍ରିଷ୍ଣାପ୍ରିୟା, ବିଶ୍ବଜିତ ପଣ୍ଡା ଭଳି ଲୋକପ୍ରିୟ କଳାକାରମାନେ ଅଭିନୟ କରିଛନ୍ତି ।