ଓଡିଶା

odisha

ETV Bharat / city

ଟ୍ରାଫିକ ଆଇନ: ଜନତାଙ୍କୁ ମାଡ଼, ନେତା-ପୋଲିସଙ୍କୁ ଛାଡ଼

ନେତାଙ୍କୁ ନାହିଁ ଆଇନର ଲଗାମ । ନୂଆ ଟ୍ରାଫିକ ନିୟମରେ ତଣ୍ଡ ଭୋଗୁଛନ୍ତି ସାଧାରଣ ଜନତା । ପ୍ରତିଦିନ ଗଣୁଛନ୍ତି ଦଣ୍ଡ । କିନ୍ତୁ ଏବେ ବି ଆଇନକୁ ଆଖିଠାର ମାରି ଫୁଙ୍ଗୁଳା ବୁଲୁଛନ୍ତି ଅନେକ ନେତା ଓ ପୋଲିସ ।

By

Published : Sep 6, 2019, 9:45 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଛି ନୂତନ ସଂଶୋଧିତ ମୋଟର ଯାନ ଆଇନ୍ । ଏହି ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ଜାରି ରଖିଛି ଚଢାଉ । ଆଦାୟ କରୁଛି ମୋଟା ଅଙ୍କର ଫାଇନ । ନୂଆ ଆଇନରେ ମୁଖ୍ୟତଃ ବାଇକ୍ ଓ ଅଟୋ ଚାଳକ ହେଉଛନ୍ତି ଅଧିକ ପ୍ରଭାବିତ ।

ଜନତାଙ୍କୁ ମାଡ଼, ନେତା ଓ ପୋଲିସଙ୍କୁ ଛାଡ଼

ସାଧାରଣ ଜନତାଙ୍କୁ ଏବେ ଘାରିଛି ଫାଇନ ଭୟ । ହେଲେ ନିୟମକୁ ତିଆରି କୁରୁଥିବା ବାବୁ ନିଜେ କେତେ ମାନୁଛନ୍ତି, ତାହାର ରିୟଲିଟ୍ ଚେକ୍ କରିଛି ଇଟିଭି ଭାରତ । ଖୋଦ ନିୟମର ଏନ୍ତୁଡ଼ି ଶାଳ ଲୋକସେବା ଭବନରେ ଆମ କ୍ୟାମେରା ତୋଳି ଧରିଛି ଏମିତି କିଛି ଦୃଷ୍ୟ । ବରିଷ୍ଠ ବିଜେଡି ନେତା ତଥା ବିଧାୟକ ବିଷ୍ଣୁ ଦାସ । ନିଜ ଗାଡିରେ ଆସି ପହଞ୍ଚିଥିଲେ ଲୋକସେବା ଭବନରେ । କିନ୍ତୁ ସିଟ୍ ବେଲ୍ଟ ବାନ୍ଧି ନଥିଲେ ବିଧାୟକ ବାବୁ । ଏନେଇ ବିଷ୍ଣୁ ଦାସଙ୍କୁ ପଚରାବାରୁ ଉତ୍ତରରେ ବିଷ୍ଣୁ କହିଛନ୍ତି ଯେ,ମୁଁ ଅଣ୍ଟା ରେ ବେଲ୍ଟ ପିନ୍ଧିଛି । ସିଟ୍ ବେଲ୍ଟ ପିନ୍ଧିନାହିଁ ।

କେବଳ ବିଷ୍ଣୁ ଦାସ ଏକା ନୁହନ୍ତି । ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ବିଧାୟକ ଅଶ୍ଵୀନ ପାତ୍ର ମଧ୍ୟ ସିଟ୍ ବେଲ୍ଟ ବାନ୍ଧି ନଥିଲେ । ତେଣୁ ଏବେ ପ୍ରଶ୍ନ ଉଠୁଛି ଏମାନଙ୍କ ଠାରୁ ଚାଲାଣ କାଟିବ କି ପୋଲିସ ? ସେପଟେ ଫାଇନ ଆଦାୟ କରୁଥିବା ପୋଲିସ ବାବୁ ବୁଲୁଛନ୍ତି ବିନା ହେଲେମେଣ୍ଟରେ ।

ଏଠାରେ ପ୍ରଶ୍ନ ଉଠିବା ସ୍ବଭାବିକ । ଆଇନ ଯଦି ସମସ୍ତଙ୍କ ପାଇଁ ସମାନ । ତେବେ ବଡ଼ ବାବୁମାନେ କିଭଳି ବାଦ୍ ପଡୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହା ସହ ଏହି ନୂଆ ମୋଟର ଯାନ ଆଇନ୍ ରେ ଲାଗୁଥିବା ଫାଇନ ଉପରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନାପସନ୍ଦ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details