ଓଡିଶା

odisha

ETV Bharat / city

ପୁଣି 3 ମାସ କୋହଳ ନୂଆ ମୋଟର ଯାନ ଆଇନ

ପୁଣିଥରେ ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ 3 ମାସ ପାଇଁ କୋହଳ କରିଛନ୍ତି । କିନ୍ତୁ ଜାରି ରହିବ ଏହି ସବୁ ଯାଞ୍ଚ ।

PHOTO
ନୂଆ ମଟର ଯାନ

By

Published : Nov 28, 2019, 4:58 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବରରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ମୋଟରଯାନ ଆଇନକୁ ପୁଣିଥରେ କୋହଳ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ମାସରୁ ଏହା ଲାଗୁ ହୋଇଥିଲା । କିନ୍ତୁ ହଠାତ ଏହି ନିୟମକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ମୁଖ୍ୟମନ୍ତ୍ରୀ ନିଜେ ନିୟମକୁ 3 ମାସ ପାଇଁ କୋହଳ କରିଥିଲେ । ଯାହା ଚଳିତ ମାସରେ ଶେଷ ହେଉଥିଲା ।


ଚଳିତ ମାସ ପ୍ରଥମାର୍ଦ୍ଧରେ ପରିବହନ ମନ୍ତ୍ରୀ କହିଥିଲେ ଡିସେମ୍ବରରୁ ପୁଣିଥରେ ନିୟମ କାର୍ଯ୍ୟକାରୀ ହେବ । ଯାହାକୁ ନେଇ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ଅସମ୍ଭବ ଭିଡ ହୋଇଥିଲା । ମାସ ମାସ ଧରି ଲୋକେ ସେବା ପାଇପାରୁନଥିବା ଅଭିଯୋଗ କରିଥିଲେ । ନିୟମକୁ ଆଉ କିଛିଦିନ କୋହଳ କରିବାକୁ ସାଧାରଣ ଲୋକେ ଦାବି କରି ଆସୁଥିଲେ । ଏହି ପ୍ରସଙ୍ଗକୁ ଆଜି ବିଧାନସଭାରେ ମଧ୍ୟ ଶାସକ ବିରୋଧୀ ବିଧାୟକ ମିଳିତ ଭାବେ ଉଠାଇଥିଲେ । ଫଳରେ ଲୋକଙ୍କ ଅସୁବିଧାକୁ ଦେଖି ରାଜ୍ୟ ସରକାର ପୁଣିଥରେ ନିୟମକୁ 3ମାସ ପାଇଁ କୋହଳ କରିଛନ୍ତି ।

ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଲୋକଙ୍କ ସମସ୍ଯା ଓ ପରିବହନ କାର୍ଯ୍ୟାଳୟରେ ଭିଡକୁ ଦେଖି ନିୟମକୁ ଆଉ 3 ମାସ ପାଇଁ କୋହଳ କରାଯାଇଛି । କିନ୍ତୁ ପୂର୍ବପରି ମଦ ପିଇ ଗାଡି ଚଳାଇବା, ବିନା ହେଲମେଟରେ ଯାତାୟାତ କରିବା ଯାଞ୍ଚ ଜାରି ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details