ଓଡିଶା

odisha

ETV Bharat / city

ଆଉ ଗଡିବ ନାହିଁ 15 ବର୍ଷର ପୁରୁଣା ଗାଡି - ନୂଆ ମୋଟରଯାନ ଆଇନ ୨୦୧୯

ଦିନକୁ ଦିନ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନରେ ନିୟମ ଆଣିଛନ୍ତି । ଯେଉଁଥିରେ 15 ବର୍ଷରୁ ଅଧିକ ସମୟ ହୋଇଥିବା ଗାଡି ଗୁଡିକ ଆଉ ଚଳାଚଳ କରିବ ନାହିଁ ।

ଆଉ ଗଡିବ ନାହିଁ 1

By

Published : Nov 21, 2019, 6:35 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ଗଡିବ ନାହିଁ ପୁରୁଣା ଗାଡି । ଖୁବଶୀଘ୍ର ପୁରୁଣା ଗାଡି (15 ବର୍ଷରୁ ଉର୍ଦ୍ଧ୍ବ) ହୋଇଥିବା ଗାଡି ଗୁଡିକ ଅପସାରଣ କରାଯାଇପାରେ । ଓଡିଶାରେ ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ଟି ମୋଟର ଗାଡି ଅଛି । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଲାଚଳ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ସରକାରଙ୍କ ନୂଆ ମୋଟରଯାନ ଆଇନ ୨୦୧୯ ଅନୁଯାୟୀ ୧୫ ବର୍ଷରୁ ଉର୍ଦ୍ଧ୍ବ ମୋଟର ଗାଡିକୁ ନିଷେଧ କରାଯାଇଛି । ଯଦି ନୂଆ ନିୟମ କାର୍ଯ୍ୟକାରୀ ହୁଏ ଆପେ ଆପେ11 ଲକ୍ଷ ଗାଡି ଅପସରି ଯିବ ବୋଲି ମନ୍ତ୍ରୀ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details