ଓଡିଶା

odisha

ETV Bharat / city

ନୂଆ ଦଣ୍ଡ, ବଡ ତଣ୍ଡ; ବଢୁଛି ହେଲମେଟ୍ ବେପାର - ଯାନ ବାହାନ ନିୟମ

ନୂଆ ଟ୍ରାଫିକ ନିୟମ ପରେ ହେଲମେଟ ଦୋକାନରେ ଭିଡ । ଫାଇନ ବଦଳରେ ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି ବାଇକ ଚାଳକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 2, 2019, 9:39 PM IST

ଭୁବନେଶ୍ବର: ଲାଗୁ ହୋଇଛି ନୂତନ ଯାନ ବାହାନ ନିୟମ । ନିୟମରେ ଫାଇନ ପରିମାଣକୁ ବଢାଯାଇଛି ଦଶଗୁଣା । ପ୍ରଥମ ଦିନରେ କମିସନରେଟ ପୋଲିସ ଆଦାୟ କରିଛି ୨ ଲକ୍ଷ ୧୩ ହଜାର ଫାଇନ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ପୂର୍ବପେକ୍ଷା ହେଲମେଟ ଚେକିଂ ଧରାପଡିଲେ ୧୦୦୦ ଟଙ୍କା ଦେବାକୁ ପଡୁଛି । ତେଣୁ ଫାଇନ ଅପେକ୍ଷା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି ବାଇକ ଚାଳକ । ଏନେଇ ଦେଖିବାକୁ ମିଳିଛି ବିଭିନ୍ନ ହେଲେମେଟ ଦୋକାନରେ ଭିଡ ।

ନିଜ ସୁରକ୍ଷା ସହ ଫାଇନରୁ ବର୍ତ୍ତିବାକୁ ହେଲେମେଟ କିଣୁଥିବାର ଦେଖିବାକୁ ମିଳିଛି । ତେବେ ପୂର୍ବପେକ୍ଷା ଏବେ ଦଶଗୁଣା ଫାଇନ ପରି ଦଶଗୁଣା ବେପାର ବଢିଥିବା କହିଛନ୍ତି ହେଲେମେଟ ଦୋକାନୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details