ଓଡିଶା

odisha

By

Published : Nov 28, 2019, 12:55 PM IST

ETV Bharat / city

ନୂଆ ମୋଟର ଯାନ ଆଇନ, ନିୟମ କୋହଳ ପାଇଁ ଚାଲିଛି ବିଚାର: ପରିବହନ ମନ୍ତ୍ରୀ

ଶୂନ୍ୟକାଳରେ ଗୃହରେ ଉଠିଲା ନୂଆ ମୋଟର ଯାନ ଆଇନ ପ୍ରସଙ୍ଗ । ନିୟମ କୋହଳ କରିବାକୁ ଦାବି କଲେ ଉଭୟେ ଶାସକ ବିରୋଧୀ । ଏପଟେ ଏ ପ୍ରସଙ୍ଗରେ ବିଚାର ବିମର୍ଷ ଚାଲିଛି ବୋଲି କହିଲେ ପରିବହନ ମନ୍ତ୍ରୀ ।

ନୂଆ ମୋଟର ଯାନ ଆଇନ
ନୂଆ ମୋଟର ଯାନ ଆଇନ, ନିୟମ କୋଳହ ପାଇଁ ଚାଲିଛି ବିଚାର: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ପହିଲାରୁ ପୁଣି ଥରେ ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ । ଲାଇସେନ୍ସ ପାଇଁ ଆରଟିଏ ଅଫିସ୍ ଗୁଡିକରେ ଲାଗୁଛି ପ୍ରବଳ ଭିଡ । ନୂଆ ମୋଟର ଯାନ ଆଇନକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ କୋହଳ ଅବଧିକୁ ବୃଦ୍ଧି କରିବାକୁ ଗୃହରେ ଦାବି ଉଠାଇଲେ ଉଭୟ ଶାସକ ଓ ବିରୋଧୀ ।

ନୂଆ ମୋଟର ଯାନ ଆଇନ, ନିୟମ କୋଳହ ପାଇଁ ଚାଲିଛି ବିଚାର: ପରିବହନ ମନ୍ତ୍ରୀ

ଗୃହରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର । ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ ଡିସେମ୍ବର ପହିଲାରୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ଆରଟିଓ ଅଫିସରେ ଲୋକଙ୍କ ପ୍ରବଳ ଭିଡ ଲାଗୁଥିବା ବେଳେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ କୋହଳ ଅବଧିକୁ ବଢାଇବାକୁ ଦାବି କରିଥିଲେ ବିଧାୟକ ଦେବୀ ପ୍ରସାଦ । ଆଉ ଶାସକ ଦଳର ବିଧାୟକଙ୍କ ସହ ସ୍ବର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ।

ସେ କହିଛନ୍ତି, କୋରାପୁଟରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ। ସହ ସବୁ ଆରଟିଓ ଅଫିସରେ ଦୁର୍ନୀତି ବଢିଛି । ତେଣୁ ସମୟ ସୀମା ବଢ଼ିବା ଦରକାର । ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ । ଏହାର ଉତ୍ତର ରଖି ପରିବହନ ମନ୍ତ୍ରୀ କହିଛନ୍ତି, ଡେଡ୍‌ଲାଇନ ପାଖେଇ ଆସୁଥିବାରୁ ଆରଟିଓ ଅଫିସରେ ଲୋକଙ୍କ ଭିଡ଼ ଜମୁଛି । ଏ ଖବର ବିଭାଗ ପାଖରେ ରହିଛି,ବିଭାଗ ତତ୍ପର ମଧ୍ୟ ରହିଛି । ଦୃଷ୍ଟି ଦେଉଛୁ ଯେପରି କିଛି ଅସୁବିଧା ହେବନି ।’ ସେପଟେ 1ତାରିଖ ପରେ ଆଇନ କୋହଳ ହେବକି ବୋଲି ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ପହିଲାରୁ ନିୟମ ଲାଗୁ ହେବ କି ନାହିଁ ଏ ନେଇ ବିଚାର ବିମର୍ଷ ଚାଲିଛି । ଯାହା ନିଷ୍ପତ୍ତି ହେବ ତାହା ଜଣାଇବୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details