ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଚାଷୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି । କେତେବେଳେ ବର୍ଷା ଅଭାବ ତ କେତେବେଳେ ରୋଗ ପୋକ ଚାଷୀଙ୍କ ଫସଲ କରୁଛନ୍ତି ନଷ୍ଟ । ଯେଉଁଥିପାଇଁ ଚାଷୀ ପ୍ରତି ବର୍ଷ କିଛି ନା କିଛି ସମସ୍ୟା ଦେଇ ଗତି କରୁଛି ।
ଚାଷିଙ୍କୁ ତାଙ୍କ ଫସଲ ରୋଗ ପୋକରୁ ରକ୍ଷା କରିବା ପାଇଁ ଭୁବନେଶ୍ବର ଏନଆଇସି ପକ୍ଷରୁ ଏକ ସ୍ବତନ୍ତ୍ର ମୋବାଇଲ ଆପ ବିକଶିତ କରାଯାଇଛି । ଯେଉଁ ଆପ ମାଧ୍ୟମରେ ବିଭିନ୍ନ ଫସଲରେ କେଉଁ ରୋଗ ଲାଗିଛି ତାହା ଅତି ସହଜରେ ଚିହ୍ନଟ ହୋଇପାରିବ । ଏହି ମୋବାଇଲ ଆପ ମାଧ୍ୟମରେ ଚାଷି କେମିତି ଫସଲକୁ ରୋଗରୁ ରକ୍ଷାକରି ପାରିବେ ବିଶେଷଜ୍ଞଙ୍କ ଠାରୁ ଆବଶ୍ୟକ ପରାର୍ମଶ ମଧ୍ୟ ନେଇ ପାରିବେ ।
ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଆପ ମାଧ୍ୟମରେ ଆଗୁଆ ଚାଷି ଓ କ୍ଷେତ୍ର କର୍ମଚାରୀ ଫସଲରେ ଲାଗିଥିବା ରୋଗପୋକର ଫଟୋ ଉଠାଇ ସିଧାସଳଖ ବିଶେଷଜ୍ଞଙ୍କ ପାଖକୁ ପଠାଇ ପାରିବେ ଓ ଏହାର ନିରାକରଣ ପାଇଁ ଆବଶ୍ୟକ ପରାର୍ମଶ ନେଇ ପାରିବେ ।