ଭୁବନେଶ୍ବର: ଚଳିତମାସ 12 ତାରିଖ ଠାରୁ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ସ୍ଥିର କରାଯାଇଛି I
ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନକୁ ଅପସାରିତ କରାଯିବ I ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ବର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ବରଠାରୁ ଚଳିତମାସ ୧୨ ତାରିଖଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ । ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ବର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ I
*ଅନୁଗୋଳ-ପୁରୀ ମେମୁ ଟ୍ରେନରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚରେ ଚଳାଚଳ କରିବ ।