ଭୁବନେଶ୍ବର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଏସଓପି ଜାରି କରାଗଲା । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅନଲାଇନରେ ସ୍ବତନ୍ତ୍ର ଶିକ୍ଷା ପାଇଁ ଏସଓପି ଜାରି ପାଠ୍ୟକ୍ରମ ପ୍ରସ୍ତୁତ କରି ଇ-ଲାଇବ୍ରେରୀ ଓ ବିଭାଗୀୟ ପୋର୍ଟାଲରେ ଅପଲୋଡ଼ ହେବ । ସ୍କୁଲ ଅଧ୍ୟକ୍ଷ ହ୍ଵାଟ୍ସଆପ ଗ୍ରୁପ କରି ଶିକ୍ଷାଦାନର ଭିଡ଼ିଓ ଅପଲୋଡ଼ କରିବେ । ଏଥିସହ ସ୍କୁଲ ଅଧ୍ୟକ୍ଷମାନେ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ କରି ହ୍ଵାଟ୍ସଆପ ଗ୍ରୁପରେ ଯୋଡ଼ିବେ ।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅନଲାଇନରେ ସ୍ବତନ୍ତ୍ର ଶିକ୍ଷା ପାଇଁ ଏସଓପି ଜାରି ଦ୍ବନ୍ଦ୍ୱ ଦୂର ପାଇଁ ସବୁ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଧ୍ୟକ୍ଷ ଫୋନରେ ଯୋଗାଯୋଗ ରଖିବେ । ଶିକ୍ଷକମାନେ ପାଠପଢ଼ାର ଦୈନିକ ରିପୋର୍ଟ ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ । ସେମାନେ ଏହାର ସମୀକ୍ଷା କରି ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ । ଜିଲ୍ଲାପାଳଙ୍କ ଜରିଆରେ ଏହା ବିଭାଗ ପାଖକୁ ପଠାଯିବ ଯାହାର ସମୀକ୍ଷା କରି ରେକର୍ଡ ଓ ଗାଇଡାନ୍ସ ପାଇଁ ବ୍ୟବହାର କରାଯିବ ।
ଭୁବନେଶ୍ବରରରୁ ତପନ କୁମାର ଦାସ, ଇଟିଭି ଭାରତ