ଓଡିଶା

odisha

ETV Bharat / city

ଖୋଲୁଛି ନକଲି ଡାକ୍ତର କେଳେଙ୍କାରି ପେଡି, ମିଛ ଜାଲରେ ଫସିଥିଲେ ଗୌହାଟୀ ଡାକ୍ତରାଣୀ - ନକଲି ଡାକ୍ତର ନା ରେ ନୂଆ ମାମଲା

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଖୋଲୁଛି କେଳେଙ୍କାରୀ ଫର୍ଦ୍ଦ । ଗୌହାଟିର ଜଣେ ସରକାରୀ ଡାକ୍ତରାଣୀଙ୍କୁ ୨୧ ଲକ୍ଷର ଚୁନ ଲଗାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Fake doctor :ମିଛ କହି ଜଣେ ସରକାରୀ ଡାକ୍ତରାଣୀଙ୍କ ଠାରୁ ଲୁଟିଥିଲେ 21 ଲକ୍ଷ
Fake doctor :ମିଛ କହି ଜଣେ ସରକାରୀ ଡାକ୍ତରାଣୀଙ୍କ ଠାରୁ ଲୁଟିଥିଲେ 21 ଲକ୍ଷ

By

Published : Feb 25, 2022, 10:08 AM IST

Updated : Feb 25, 2022, 2:22 PM IST

ଭୁବନେଶ୍ବର:ନକଲି ଡାକ୍ତର ରମେଶ ସ୍ବାଇଁ ନାଁରେ ବଢୁଛି ଠକେଇ ଅଭିଯୋଗ । ଦିନ ଗଡିବା ସହିତ ବୃଦ୍ଧି ପାଉଛି ଠକେଇ ମାମଲା । ଏବେ ଗୌହାଟିର ଜଣେ ସରକାରୀ ଡାକ୍ତରଣୀଙ୍କୁ ୨୧ ଲକ୍ଷର ଚୁନ ଲଗାଇଥିବା ଅଭିଯୋଗ ହୋଇଛି । ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଦେଖା ହୋଇଥିଲେ ମହିଳା ଡାକ୍ତର ଓ ଠକ ରମେଶ । ପରେ ୨୦୨୧ ମେ ୩୧ ତାରିଖ ଦିନ ଗୌହାଟିରେ କୋରୋନା କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ ରମେଶ ।

ଖୋଲୁଛି ନକଲି ଡାକ୍ତର କେଳେଙ୍କାରି ପେଡି, ମିଛ ଜାଲରେ ଫସିଥିଲେ ଗୌହାଟୀ ଡାକ୍ତରାଣୀ

ରମେଶଙ୍କ ପକ୍ଷରୁ ରମେଶର ଭିଣୋଇ ଗଣେଶ ଓ ରମେଶ ଡ୍ରାଇଭର ପପୁ ଉପସ୍ଥିତ ରହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସାବତ ମା’, ଭଉଣୀ, ପୁରୋହିତ ଉପସ୍ଥିତ ରହି ବୈଦିକ ରିତିନୀତି ଅନୁସାରେ ଗୃହ ପ୍ରବେଶ କରାଇଥିଲେ । ଭଉଣୀ ଜଣଙ୍କ ନଣନ୍ଦ ପୁଟୁଳି ବାବଦକୁ ସୁନା, ମୋବାଇଲ, ଦାମୀ ଶାଢି, ମଧ୍ୟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ : Fake Doctor Case: ନୂଆଗାଁ ଫାର୍ମ ହାଉସରେ ରେଡ, ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ବାକିରେ ଆଣିଥିଲେ ୪ଲକ୍ଷ ଟଙ୍କାର ଚାରା

ପରେ ଗୌହାଟିରେ ଏକ ଫ୍ଲାଟ କିଣିବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଗତକାଲି(ଗୁରବାର) ଅଭିଯୋଗ କରିଛନ୍ତି ରମେଶଙ୍କ ସରକାରୀ ସ୍ତ୍ରୀ । ଏହା ସହ ମହିଳା ଡାକ୍ତର ଅନ୍ୟ ମହିଳାଙ୍କୁ ଅପିଲ କରିଛନ୍ତି । ସମସ୍ତ ଆସି ଠକ ଡାକ୍ତରଙ୍କ ନାଁରେ ଏତଲା ଦିଅନ୍ତୁ ଏବଂ କୋଠର ଦଣ୍ଡ ପାଇଁ ଅପିଲ କରନ୍ତୁ । ସରକାରୀ ଡାକ୍ତରାଣୀଙ୍କ ଅଭିଯୋଗ ଅନୁଯାୟୀ 161/164ରେ ବୟାନ ରେକର୍ଡ କରିଛି ପୋଲିସ । ସେହିପରି ୧୬୪ ଧାରାରେ ଉକ୍ତ ମହିଳା, ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 25, 2022, 2:22 PM IST

ABOUT THE AUTHOR

...view details