ଓଡିଶା

odisha

ETV Bharat / city

ନକଲି ଡାକ୍ତର ନାଁରେ ବଢୁଛି ଅଭିଯୋଗ: ଠକୁଥିଲା ରମେଶ, ଅଏସ କରୁଥିଲେ ଭଉଣୀ

ନକଲି ଡାକ୍ତର ରମେଶ ସ୍ବାଇଁ ନାଁରେ ବଢୁଛି ଠକେଇ ଅଭିଯୋଗ । ଚାରା ଦୁର୍ନୀତି ଏବଂ ଏମ୍‌ସରେ ଚାକିରି ଦେବା ନାଁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଏବେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ନକଲି ଡାକ୍ତର ନାଁରେ ବଢୁଛି ଅଭିଯୋଗ: ଠକୁଥିଲା ରମେଶ, ଅଏସ କରୁଥିଲେ ଭଉଣୀ
ନକଲି ଡାକ୍ତର ନାଁରେ ବଢୁଛି ଅଭିଯୋଗ: ଠକୁଥିଲା ରମେଶ, ଅଏସ କରୁଥିଲେ ଭଉଣୀ

By

Published : Feb 23, 2022, 7:50 AM IST

ଭୁବନେଶ୍ବର:ଲମ୍ବି ଚାଲିଛିନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଠକେଇ ମାମଲାର ଫର୍ଦ୍ଦ । ପୋଲିସ ଯେତେ ଖୋଳତାଡ କରୁଛି ସେତେ ନୂଆ ନୂଆ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏହି ଠକ ନାଁରେ ଚାରା ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ସାଙ୍ଗକୁ ଏମ୍‌ସରେ ଚାକିରି କରାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବାର ଅଭିଯୋଗ ହୋଇଛି ।

ନକଲି ଡାକ୍ତର ନାଁରେ ବଢୁଛି ଅଭିଯୋଗ: ଠକୁଥିଲା ରମେଶ, ଅଏସ କରୁଥିଲେ ଭଉଣୀ

ନିଜକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟର କର୍ମଚାରୀ କହି ଡି ଭେଙ୍କଟ ରମଣ ନାମକ ଜଣେ ଚାରା ବ୍ୟବସାୟୀଠୁ ୪ ଲକ୍ଷର ଚାରା ଅର୍ଡର କରି କେନ୍ଦ୍ରାପଡାରେ ବିନିଯୋଗ କରିଥିବା ଅଭିଯୋଗ ହୋଇଛି । ଚାରା ବାବଦରେ ନକଲି ଚେକ୍ ଦେଇ ଡାକ୍ତର ଠକିଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଡି ଭେଙ୍କଟ ରମଣ । ଏପରିକି ଏମସିଆଇର ଡାଇରେକ୍ଟର ପରିଚୟ ଦେଇ ଏମସରେ ଚାକିରି ଦେବା ନାଁରେ ୧୮ଲକ୍ଷ ଟଙ୍କା ଠକିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ତଦନ୍ତ ଚଳାଇଛି କମିସନରେଟ ପୋଲିସ । ୮ଜଣିଆ ଟିମ୍ ଗଠନ କରି ଠକ ଡାକ୍ତରର ଠକେଇର ଚେର ଖୋଜା ଚାଲିଛି ।

ସେହିପରି ଆହୁରି ଏକ ସାଙ୍ଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏକାକୀ ଡାକ୍ତର ନୁହେଁ, ତାଙ୍କ ସହ ଠକେଇରେ ସାମିଲ ଅଛନ୍ତି ସାବତ ଭଉଣୀ । ଭିଣୋଇ ଓ ପୁଅ ସହ ଡ୍ରାଇଭର ମଧ୍ୟ ଠକେଇ ସିଣ୍ଡିକେଟର ଅଂଶ ଅଟନ୍ତି । ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡାକ୍ତର ଭଉଣୀକୁ ପୋଲିସର ଜେରା ବେଳେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଠକ ଡାକ୍ତର ଠକେଇ ଉଦ୍ଦେଶ୍ୟରେ ବିବାହ କରୁଥିବା ମହିଳାଙ୍କୁ ନିଜ ଭଉଣୀ ଓ ଭିଣୋଇକୁ ପରିବାର ଲୋକ ବୋଲି ପରିଚିତ କରାଉଥିଲେ‌ । ମଧ୍ୟସ୍ଥି ଭାବେ ଭଉଣୀ ଭିଣୋଇ ନକଲି ଡାକ୍ତର ରମେଶର ଠକାମିରେ ସାମିଲ ହେଉଥିଲେ । ଭାଇ ଠକୁଥିବା ଟଙ୍କାରେ ଭଉଣୀ ଓ ଭିଣୋଇ ଅଏସ୍ କରୁଥିଲେ ।

ଏପରିକି ଠକେଇ ମାମଲାରେ ଡ୍ରାଇଭର ଓ ପୁଅର ଲିଙ୍କ୍ ମଧ୍ୟ ପୋଲିସ ହାତରେ ଲାଗିଛି । ବିଭିନ୍ନ ବାହାଘରରେ ସେମାନେ ସାମିଲ ହୋଇଥିବା ଫଟୋଗ୍ରାଫକୁ ନେଇ ତଦନ୍ତ ଚଳାଇଛି ପୋଲିସ । ରମେଶ ସ୍ବାଇଁ ଠକେଇ ଉଦ୍ଦେଶ୍ୟରେ ବିବାହ କରିଥିବା କେତେ ବାହାଘରରେ ଭଉଣୀ-ଭିଣୋଇର ସମ୍ପୃକ୍ତି ରହିଛି ଏବଂ ଠକେଇ ଟଙ୍କା କେଉଁଠି ବିନିଯୋଗ ହୋଇଛି ସେନେଇ ତନାଘନା ଚଳାଇଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details