ଓଡିଶା

odisha

ETV Bharat / city

ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ, GA ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାରେ ଆକ୍ରାନ୍ତ ପରେ ମଧ୍ୟ ଭବନରେ କାର୍ଯ୍ୟରତ ଥିଲେ କର୍ମଚାରୀ । ଫଳରେ ଅଧିକାଂଶ କର୍ମଚାରୀ ସଂକ୍ରମିତ ହେବା ଆଶଙ୍କା ରହିଛି । ତେବେ ଏହି ଘଟଣା ନଜରକୁ ଆସିବା ପରେ ଅଫିସ ପରିଚାଳନା କିଭଳି ହେବ ଏ ନେଇ ଜିଏ ବିଭାଗ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି ।

By

Published : Sep 24, 2020, 8:28 PM IST

ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ ,  ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା
ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ , ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ବର: ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାରେ ଆକ୍ରାନ୍ତ ପରେ ମଧ୍ୟ ଭବନରେ କାର୍ଯ୍ୟରତ ଥିଲେ କର୍ମଚାରୀ । ଫଳରେ ଅଧିକାଂଶ କର୍ମଚାରୀ ସଂକ୍ରମିତ ହେବା ନେଇ ଆଶଙ୍କା ରହିଛି । ବର୍ତ୍ତମାନ ସମୟରେ ମଧ୍ୟ ଅଧିକାଂଶ ସରକାରୀ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଏହି ଘଟଣା ନଜରକୁ ଆସିବା ପରେ ଅଫିସ ପରିଚାଳନା କିଭଳି ହେବ ଏନେଇ ଜିଏ ବିଭାଗ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି ।

ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ , ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେକୌଣସି କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତୁରନ୍ତ ସେମାନେ ହୋମ୍ ଆଇସୋଲେସନରେ ରହିବେ । ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ତଥ୍ୟ ସଂଗ୍ରହ କରାଯିବ । କୌଣସି ସରକାରୀ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ କର୍ମଚାରୀ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନାହିଁ ବରଂ ଉକ୍ତ କର୍ମଚାରୀ 48 ଘଣ୍ଚା ମଧ୍ୟରେ ଯାଇଥିବା କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ ସ୍ଥାନକୁ ସିଲ୍ କରାଯିବ । ଯଦି କୌଣସି କାର୍ଯ୍ୟାଳୟରୁ ବହୁଳ ମାତ୍ରାରେ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଉକ୍ତ କାର୍ଯ୍ୟାଳୟକୁ ବିଶୋଧନ କରି 48 ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରଖାଯିବ ।

ଲୋକସେବା ଭବନରେ କୋରନା ଆକ୍ରାନ୍ତ ଚିହ୍ନଟ , ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା

କାର୍ଯ୍ୟାଳୟ ସଂପୂର୍ଣ୍ଣ ବିଶୋଧନ ଘୋଷଣା ହେବା ପର୍ଯ୍ଯନ୍ତ କର୍ମଚାରୀମାନେ ୱାର୍କ ଫ୍ରମ ହୋମ୍ ବା ଘରେ ରହି ଅଫିସ୍ କାର୍ଯ୍ୟ କରିପାରିବେ । କାର୍ଯ୍ୟାଳୟରେ ସାମାଜିତ ଦୂରତା, ବାରମ୍ବାର ହାତ ସାନିଟାଇଜ୍ କରିବା, ମାସ୍କ ବ୍ଯବହାର ସହିତ କୋରୋନାର ସମସ୍ତ ଗାଇଡଲାଇନ ପାଳନ କରାଯିବ । କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ କର୍ମଚାରୀ କାର୍ଯ୍ୟାଳୟରେ ବ୍ୟବହାର କରୁଥିବା ଆସବାବପତ୍ରକୁ ସାନିଟାଇଜ୍ କରାଯିବ । ସରକାରୀ କାର୍ଯ୍ଯାଳୟରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହିସବୁ ନିୟମ ପାଳନ କରିବାକୁ ଜିଏ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଭୁବନେଶ୍ବର

ABOUT THE AUTHOR

...view details