ଓଡିଶା

odisha

ସ୍କୁଲ ପାଠ୍ୟକ୍ରମରେ ନୂଆ ବିଷୟ: ଚଳିତ ବର୍ଷ କେବଳ ନବମ ଶ୍ରେଣୀରେ ଲାଗୁ ହେବ

By

Published : Oct 18, 2022, 11:04 PM IST

ସ୍କୁଲ ପାଠ୍ୟକ୍ରମରେ ନୂଆ ବିଷୟ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ । ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ- କରିକୁଲାର ଆକ୍ଟିଭିଟି, ବେସିକ୍ ଆଇଟି ସାମିଲ ହେବ । ତେବେ ଚଳିତ ବର୍ଷର ପାଠପଢା ଅଧାଅଧି ହୋଇ ଯାଇଥିବାରୁ ଏଥର କେବଳ ନବମ ଓ ଆସନ୍ତା ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ । ଅଧିକ ପଢ଼ନ୍ତୁ

ସ୍କୁଲ ପାଠ୍ୟକ୍ରମରେ ନୂଆ ବିଷୟ: ଚଳିତ ବର୍ଷ କେବଳ ନବମ, ଆସନ୍ତା ବର୍ଷରୁ ଦଶମ ଶ୍ରେଣୀରେ ହେବ ଲାଗୁ
ସ୍କୁଲ ପାଠ୍ୟକ୍ରମରେ ନୂଆ ବିଷୟ: ଚଳିତ ବର୍ଷ କେବଳ ନବମ, ଆସନ୍ତା ବର୍ଷରୁ ଦଶମ ଶ୍ରେଣୀରେ ହେବ ଲାଗୁ

ଭୁବନେଶ୍ବର: ସିବିଏସଇ ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଆସିବ ନୂଆ ବିଷୟ । ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ । ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀରେ ନୂଆ ବିଷୟ ପାଠ ପଢାଯିବ । ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ- କରିକୁଲାର ଆକ୍ଟିଭିଟି, ବେସିକ୍ ଆଇଟି ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି । ତେବେ ଚଳିତ ବର୍ଷର ପାଠପଢା ଅଧାଅଧି ହୋଇ ଯାଇଥିବାରୁ ଏଥର କେବଳ ନବମ ଓ ଆସନ୍ତା ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ ।

ସ୍କୁଲ ପାଠ୍ୟକ୍ରମରେ ନୂଆ ବିଷୟ: ଚଳିତ ବର୍ଷ କେବଳ ନବମ, ଆସନ୍ତା ବର୍ଷରୁ ଦଶମ ଶ୍ରେଣୀରେ ହେବ ଲାଗୁ

ଶାଠରେ ବି ମିଳିବ ମାର୍କ । ସିବିଏସଇ ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ । ଚଳିତ ବର୍ଷର ପାଠପଢା ଅଧାଅଧି ହୋଇ ଯାଇଥିବାରୁ ଏଥର କେବଳ ନବମ ଶ୍ରେଣୀରେ ଲାଗୁ ହେବ ଏହି ପାଠ୍ୟକ୍ରମ । ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ଲାଗୁ ହେବ ନାହିଁ । କିନ୍ତୁ ଆସନ୍ତା ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ । ଚାରୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏଁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବ । ଏହି ବିଷୟ ଗୁଡିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ । ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ 'ଏ' ଗ୍ରେଡ୍, ୬୦ ରୁ ୮୦ ପ୍ରତିଶତ ରହିଲେ 'ବି', ୪୦ ରୁ ୬୦ ପ୍ରତିଶତ ରହିଲେ 'ସି' ଓ ୪୦ ପ୍ରତିଶତରୁ କମ୍ ମାର୍କ ରଖିଲେ 'ଡି' ଗ୍ରେଡ୍ ପାଇବେ ପରୀକ୍ଷାର୍ଥୀ ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ରହିବ । ନବମ ଓ ଦଶମରେ ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି । ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସୁବିଧା ହେବ । ବିଭିନ୍ନ ବିଷୟରେ ତାଲିମ ଓ ପ୍ରୋଜେକ୍ଟ ରିଲେଟେଡ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି । ଷ୍ଟଡି ମ୍ୟାଟେରିଆଲ ଖୁବ୍ ଶୀଘ୍ର ପହଞ୍ଚିବା ପାଇଁ ବୋର୍ଡ ବ୍ୟବସ୍ଥା କରିଛି ।" ତେବେ ଶିକ୍ଷା ଭିତ୍ତିଭୂମି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏପଟେ ଓଡିଶା ଅଭିଭାବକ ମହାସଙ୍ଘ ଏହାକୁ ସ୍ଵାଗତ କରିଥିବା ବେଳେ ଏହା ଗୋଟିଏ ଭଲ ପଦକ୍ଷେପ ବୋଲି କହିଛି । ତେବେ ଏ ସମସ୍ତ ସୁବିଧା ସ୍କୁଲରେ ରହିଛି ନା ନାହିଁ ପ୍ରଶ୍ନ କରିଛି ଅଭିଭାବକ ମହାସଙ୍ଘ । ଓଡିଶା ଅଭିଭାବକ ମହାସଙ୍ଘର ଉପାଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି, "ଅନେକ ସ୍କୁଲରେ ଲାଇବ୍ରେରୀ ନାହିଁ, ଅନେକ ସ୍କୁଲରେ କମ୍ପ୍ୟୁଟର, ଇଣ୍ଟରନେଟ ଓ ଭିତ୍ତିଭୂମି ମଧ୍ୟ ନାହିଁ । ଏହାସହ ଶିକ୍ଷକ ମାନଙ୍କୁ ଟ୍ରେଣ୍ଡ କରିବା ଆବଶ୍ୟକ ।" ତେବେ ଯଦି ରାଜ୍ୟ ସରକାର ଏହାକୁ ଭଲ ଭାବରେ କାର୍ଯ୍ୟକାରୀ କାରିବେ, ତେବେ ଭବିଷ୍ୟତରେ ପିଲାମାନେ ଭଲ ପାଠ ପଢିପାରିବେ ବୋଲି ସେ କହିଛନ୍ତି ।

ସେହିଭଳି କମ୍ପ୍ୟୁଟର ଶିକ୍ଷକ ସଙ୍ଘର ସଦସ୍ୟ ତାପସ ରଞ୍ଜନ ଦାସ କହିଛନ୍ତି ଯେ, "ସ୍କୁଲରେ ୫ ବର୍ଷ ଧରି କାମ କରିଛି । ପରବର୍ତ୍ତୀ ସମୟରେ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରଯାଇଥିଲା । ବର୍ତ୍ତମାନ ଯେଉଁ ପିଲାମାନେ ସ୍କୁଲକୁ ଯାଉଛନ୍ତି ସେଠାରେ କମ୍ପ୍ୟୁଟର ଶିକ୍ଷକ ଅଭାବରୁ ପିଲାମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ୮ ହଜାର ସ୍କୁଲରେ କମ୍ପ୍ୟୁଟର ନଥିବା ସହ ଭିତ୍ତିଭୂମିର ଅଭାବ ରହିଛି । ୫ ବର୍ଷ ତଳେ ୪ ହଜାର ସ୍କୁଲରେ କମ୍ପ୍ୟୁଟର ଦିଆଯିବା ସହ ଶିକ୍ଷକ ନିଯୁକ୍ତି କରାଯାଇଥିଲା । ବର୍ତ୍ତମାନ କମ୍ପ୍ୟୁଟର ଶିକ୍ଷକ ଅଭାବ ଥିବାରୁ ସରକାର କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବା ଉଚିତ ।" ତେବେ ଯେଉଁମାନେ ଛଟେଇ ହୋଇଥିଲେ ସେମାନେ ପୁନର୍ବାର ନିଯୁକ୍ତି ହେବେ ବୋଲି ଆଶା ରଖିଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details