ଓଡିଶା

odisha

By

Published : Dec 17, 2020, 12:56 PM IST

ETV Bharat / city

ରାଜ୍ୟରେ ଦିନକରେ 351 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କିଛି ଦିନ ହେବ କମୁଛି କୋରୋନା ସଂକ୍ରମଣ । ଗୁରୁବାର 30 ଜିଲ୍ଲାରୁ ମୋଟ 351 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ
ରାଜ୍ୟରେ କମୁଛି କୋରୋନା ସଂକ୍ରମଣ

ଭୁବନେଶ୍ବର: ଦୀର୍ଘ 10ମାସ ହେବ ରାଜ୍ୟରେ କୋରୋନା ତାର କାୟା ବିସ୍ତାର କରିଛି । କୋରୋନା ଅନେକଙ୍କ ଜୀବନଜୀବିକା ଠପ କରିଦେଇଛି । ଦିନକୁ ଦିନ ହୁ ହୁ ହୋଇ ସଂକ୍ରମଣ ବଢୁଥିବା ବେଳେ ଏହି କିଛି ଦିନ ହେବ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । ଗୁରୁବାର ରାଜ୍ୟରେ 351ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦିନକୁ ପ୍ରାୟ 1500ରୁ 2000 କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ଏ କିଛି ଦିନ ହେବ ସଂକ୍ରମଣରେ ହ୍ରାସ ଘଟିଛି । ତେବେ ଗୁରୁବାର ସମୁଦାୟ 351 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 203 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 148ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ଭିତରୁ ଅନୁଗୋଳରେ ସର୍ବାଧିକ ଆକ୍ରାନ୍ତ ଥିବା ଜଣାପଡିଛି ।

ଆଜିର ସଂକ୍ରମଣଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ 41ଜଣ ଆକ୍ରାନ୍ତ ଥିବାବେଳେ ବାଲେଶ୍ବରରୁ 17,ବରଗଡରୁ 8,ଭଦ୍ରକରୁ 5,ବଲାଙ୍ଗୀରରୁ 10, ନୂଆପଡାରୁ 21,ପୁରୀରୁ 3, ସମ୍ବଲପୁରରୁ 26,ସୋନୁପୁରରୁ 1, ସୁନ୍ଦରଗଡରୁ 47, ବୌଦ୍ଧରୁ 2,କଟକରୁ 27,ଦେଓଗଡରୁ2,ଢେଙ୍କାନାଳରୁ 3,ଗଞ୍ଜାମରୁ2,ଯାଜପୁରରୁ 6,ଜଗତସିଂହପୁରରୁ 8,ଝାରସୁଗୁଡାରୁ11,କଳାହାଣ୍ଡିରୁ 3,କେନ୍ଦ୍ରାପଡାରୁ 9,କେନ୍ଦୁଝରରୁ 8,ଖୋର୍ଦ୍ଧାରୁ 52,କୋରାପୁଟରୁ1,ମାଲକାନାଗିରିରୁ 2, ମୟୂରଭଞ୍ଜରୁ 17, ନବରଙ୍ଗପୁରରୁ 6, ନୟାଗଡରୁ 1 ଓ ଟେଷ୍ଟ ପୋଲରୁ 12 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ 3 ଲକ୍ଷ 25 ହଜାର 147ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 20 ହଜାର 147 ଜଣ । ଏବେ ଯାଏଁ ରାଜ୍ୟରେ 3 ହଜାର 61ଟି ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 6502451 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details