ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟରେ 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ଆଜି 304 ଜଣ ଆରୋଗ୍ୟ ହୋଇଛନ୍ତି । ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 22 ହଜାର 648 କୁ ବୃଦ୍ଧି ପାଇଛି । ଆଜି 30ଟି ଜିଲ୍ଲାରେ ମୋଟ 304 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।
ରାଜ୍ୟରେ ସର୍ବାଧିକ ଅନୁଗୋଳରେ 51 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ ସୁସ୍ଥ ହୋଇଛନ୍ତି 36 ଜଣ । ସେହିପରି ସୁନ୍ଦରଗଡରେ 30, କଟକରେ 27, ମୟୂରଭଞ୍ଜ ଓ ପୁରୀରେ 21, ବରଗଡରେ 15, ନୂଆପଡାରେ 14, ବାଲେଶ୍ୱର ଓ ଜଗତସିଂହପୁରରେ 11 ଜଣ ସୁସ୍ଥ ହୋଇଛନ୍ତି ।