ଓଡିଶା

odisha

By

Published : Jan 1, 2021, 2:23 PM IST

ETV Bharat / city

ନୂଆବର୍ଷରେ ନୂଆ 245 କୋରୋନା ଆକ୍ରାନ୍ତ ଚିହ୍ନଟ, 3 ମୃତ

ରାଜ୍ୟରେ କୋରୋନାର ଡାଉନଟ୍ରେଣ୍ଡ ଜାରି । ଶୁକ୍ରାବାର 245 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ 245 ନୂଆ କୋରୋନା ସଂକ୍ରମଣ ଚିହ୍ନଟ
ରାଜ୍ୟରେ 245 ନୂଆ କୋରୋନା ସଂକ୍ରମଣ ଚିହ୍ନଟ

ଭୁବନେଶ୍ବର:ରାଜ୍ୟରେ କୋରୋନାର ଡାଉନଟ୍ରେଣ୍ଡ ଜାରି । ଶୁକ୍ରବାର 245 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 139ଜଣ ଚିହ୍ନଟ ହୋଇଥିବା ବେଳେ 106 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 32ଜଣ,ବାଲେଶ୍ବରରୁ 5ଜଣ, ବରଗଡରୁ 14ଜଣ,ବଲାଙ୍ଗୀରରୁ 9ଜଣ, ବୌଦ୍ଧରୁ 1, ଭଦ୍ରକରୁ 6ଜଣ, କଟକରେ 15,, ଢେଙ୍କାନାଳରେ 1, ଦେଓଗଡରେ 1, ଜଗତସିଂହପୁରରେ 4, ଯାଜପୁରରୁ 15, ଝାରସୁଗୁଡ଼ାରେ 9, କଳାହାଣ୍ଡିରୁ 3,କେନ୍ଦ୍ରାପଡାରେ 8, କେନ୍ଦୁଝରରେ1, ମାଲକାନଗିରିରେ 1 ,କନ୍ଧମାଳରୁ 2, ଖୋର୍ଦ୍ଧାରୁ 19ଜଣ,ମୟୂରଭଞ୍ଜରେ 17, ନୟାଗଡରୁ 2ଜଣ,ନୂଆପଡାରେ 5ଜଣ,ରାୟଗଡାରୁ 1,ସମ୍ବଲପୁରରେ 35,ସୋନପୁରରୁ 1, ସୁନ୍ଦରଗଡରେ 37 ଜଣ ହୋଇ ଥିବାବେଳେ ଷ୍ଟେଟ ପୋଲ 5ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 29ହଜାର ହାଜର 866ଜଣ ହୋଇଥିବା ବେଳେ 3 ଲକ୍ଷ 25 ହଜାର 432ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 2ହଜାର 505ଟି ସକ୍ରିୟ ମାମଲା ଥିବା ବେଳେ ରାଜ୍ୟରେ 6976108ଜଣଙ୍କ କେରୋନା ପରୀକ୍ଷା କରାଯାଇଛି । ଆଜି କିଲର କୋରୋନାରେ ତିନିଜଣଙ୍କର ଜୀବନ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details