ଓଡିଶା

odisha

ଭୁବନେଶ୍ୱରରେ ନୂଆ 198 କୋରୋନା ଆକ୍ରାନ୍ତ ଚିହ୍ନଟ, 132 ସୁସ୍ଥ

By

Published : Aug 17, 2020, 7:05 PM IST

ରାଜଧାନୀ ଭୁବନେଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାଦିନକୁ ଦିନ ବଢିବାରେ ଲାଗିଛି । ଆଜି ନୂଆ 198 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁସ୍ଥ 132 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

New 198 COVID-19 Positive case reported in Bhubaneswar today
ଭୁବନେଶ୍ୱରରେ ନୂଆ 198 କୋରୋନା ଆକ୍ରାନ୍ତ ଚିହ୍ନଟ, 132 ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାଦିନକୁ ଦିନ ବଢିବାରେ ଲାଗିଛି । ଆଜି ନୂଆ 198 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁସ୍ଥ 132 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ନୂଆ 198 ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟାଇନରୁ 104 ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 94 ରହିଛି । କ୍ଵାରେଣ୍ଟାଇନ କେନ୍ଦ୍ରରୁ 104 ଜଣ ଚିହ୍ନଟ ସହ 5 ଜଣଙ୍କର ଯାତ୍ରା ତଥ୍ୟ ରହିଛି ।

99 ଜଣଙ୍କ ମଧ୍ୟରୁ 7 ଜଣ ସିକ୍ୟୁରୁଟି ଏଜେନ୍ସିର କର୍ମଚାରୀ, ଚିନ୍ତାମଣିଶ୍ବର କଲୋନୀରୁ 6 ଜଣ , ସାଲିଆସାହିରୁ 6 ଜଣ, ତଟି ବସ୍ତି 3 ଜଣ , ଜଗନ୍ନାଥ କଲୋନିରୁ 3 ଜଣ ,ବ୍ରିଟ କଲୋନିରୁ 3ଜଣ, ଏଜି କଲୋନିରୁ 2, 4 ଜଣ ପୋଲିସ କର୍ମଚାରୀ ଓ ବରମୁଣ୍ଡା, ଡେଲଟା ଛକ, ଶାସ୍ତ୍ରୀ ନଗର, ଶିଖରଚଣ୍ଡୀ, ଗଙ୍ଗନଗର, ସତ୍ୟନଗର, ଆଦି ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ସତ୍ୟ ବିହାରରୁ 3 ଜଣ, ଚନ୍ଦ୍ରଶେଖରପୁରରୁ 3 ଜଣ, ସହିଦ ନଗରରୁ 3 ଜଣ, ଗଜପତି ନଗରରୁ 3 ଜଣ, ପାତ୍ରପଡାରୁ 3 ଜଣ ଚିହ୍ନଟ ହୋଇଥିବା ବେଳେ ପଳାଶୁଣି, ପ୍ରଗତି ବିହାର, ଡୁମଡୁମା, ଅଶୋକନଗର, ବାପୁଜିନଗର, ପଟିଆ, ନୂଆଗାଁ, ବିଜେବି ନଗର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଆଜିର ନୂଆ 198 ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5487ରେ ପହଞ୍ଚିଛି । ଏଥିମଧ୍ୟରୁ 3567 ଜଣ ସୁସ୍ଥ ହୋଇସାରିଛନ୍ତି । ତେବେ ଏବେ ସୁଦ୍ଧା ସକ୍ରିୟ କେସ୍ 1887 ରହିଛି । 27 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details