ଓଡିଶା

odisha

ରାଜ୍ୟରେ କମୁଛି ସଂକ୍ରମଣ, 183 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Jan 17, 2021, 12:37 PM IST

ଆଜି ରାଜ୍ୟରୁ ପୁଣି 183 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅନୁଗୋଳରେ ସର୍ବାଧିକ 20 ଜଣ ଆକ୍ରାନ୍ତ ରହିଛନ୍ତି । ଅଧିକ ପଢନ୍ତୁ...

183 ନୂଆ ଆକ୍ରାନ୍ତ ଚିହ୍ନଟ
183 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରୁ ପୁଣି 183 କୋରୋନା ପଜିଟିଭ ଚିହ୍ନଟ । କ୍ବାରେଣ୍ଟାଇନ ସେଣ୍ଟରରୁ 106 ଜଣ ଆକ୍ରାନ୍ତ ହୋଇଥିବା ବେଳ 77ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟର ରବିବାର 23ଟି ଜିଲ୍ଲାରୁ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ ସର୍ବାଧିକ 20ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 6, ବରଗଡ 10, ଭଦ୍ରକରୁ 1, ବଲାଙ୍ଗୀର 3, ବୌଦ୍ଧ 1, କଟକରୁ 7, ଦେବଗଡରୁ 2, ଗଜପତି 3, ଗଞ୍ଜାମ 1, ଯାଜପୁର 7, ଝାରସୁଗୁଡା 11, କଳାହାଣ୍ଡି 1, କନ୍ଧମାଳ 1, କେନ୍ଦ୍ରାପଡା4, କେନ୍ଦୁଝର 3, ଖୋର୍ଦ୍ଧା 19, ମୟୂରଭଞ୍ଜରୁ 8 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରେ 1, ନୂଆପଡାରୁ18, ପୁରୀରୁ 13 ଜଣ, ସମ୍ବଲପୁରରୁ 19, ସୁନ୍ଦରଗଡରୁ 18 ଜଣ ନୂତନ ପଜିଟିଭ ବାହାରିଛନ୍ତି । ଆଜିର ଷ୍ଟେଟ ପୋଲ ପଜିଟିଭ ସଂଖ୍ୟା 6 ରହିଛି ।

ଆଜିର ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 33 ହଜାର 310 ରେ ପହଞ୍ଚିଛି । ଏ ଯାଏଁ 3 ଲକ୍ଷ 29ହଜାର 818ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 2ହଜାର 39ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details