ଭୁବନେଶ୍ବର: ବଢୁଛି ତୃତୀୟ ଲହର ଆଶଙ୍କା । କୋରୋନା କବଳରେ ୧୮ ବର୍ଷରୁ କମ ଶିଶୁ, ଓ କିଶୋର-କିଶୋରୀ । ଦୈନିକ ସଂକ୍ରମଣ ଏବେ ତଳ ମୁହାଁ ହୋଇଥିବା ବେଳେ ପ୍ରତିଦିନ ୧୦୦ ପାର କରୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୮ ବର୍ଷ ତଳକୁ ୧୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ କ୍ବାରେଣ୍ଟାଇନ ସେଣ୍ଟରରୁ ୪୯୨ ଜଣ ଓ ୩୫୭ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
STATE CORONA: ରାଜ୍ୟରେ ଆଉ 130 ଶିଶୁ ପଜିଟିଭ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୮ ବର୍ଷ ତଳକୁ ୧୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୯, ବାଲେଶ୍ବରରୁ ୪୯, ବରଗଡ଼ରୁ ୧୫, ଭଦ୍ରକରୁ ୯, ବୌଦ୍ଧରୁ ୧, କଟକରୁ ୧୧୫, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୪, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୪୨, ଯାଜପୁରରୁ ୪୨, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୮, କୋରାପୁଟରୁ ୫, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୧୯, ନୂଆପଡାରୁ ୧, ପୁରୀ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୦, ସୋନପୁରରୁ, ୧, ସୁନ୍ଦରଗଡ଼ରୁ ୧୫ ଏବଂ ଷ୍ଟେଟ ପୁଲ୍ରୁ ୬୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪ହଜାର ୫୯ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ