ଭୁବନେଶ୍ବର: ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି । ଏହି ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଚାଲିଥିବା ଆଜି ବିଧାନସଭାରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟ ସରକାର ମେକ ଇନ ଓଡିଶା ନୁହେଁ ବରଂ ମେକ ଇନ ଇଣ୍ଡିଆ ପାଇଁ ବିଲ ଆଣିଛନ୍ତି ଓ ରାଜ୍ୟରେ ପୁଞ୍ଜିପତିଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି । ସେହିପରି ଓଡିଶା ଫ୍ୟାକ୍ଟ୍ରି ସଂସୋଧନ ବିଲ ୨୦୨୦ ଯାହାକି କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ କରାଯାଇଥିବା ଅଭିଯୋଗ ଆଣି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ନରସିଂହ ।
ଏହି ବିଲ ମହିଳା ଓ ଶ୍ରମିକ ବିରୋଧୀ ଓ ଏହା ପୁଞ୍ଜିପତିଙ୍କୁ ସୁହାଇବ । ସେହିପରି କଣ୍ଟ୍ରାକ୍ଟ ଲେବର ଆବୋଲିସନ ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦ ମଧ୍ୟ କେନ୍ଦ୍ର ସରକାରଙ୍କ ଇସାରାରେ ହୋଇଛି । ମଙ୍ଗଳବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଭିତରେ ଥିବା ଭିତରୀ ବୁଝାମଣା ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।