ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାର ନଗ୍ନ ରୂପ, ବିନା ଚିକିତ୍ସାରେ ମୃତ୍ୟୁସହ ଲଢୁଛି ରୋଗୀ - patients battling death without treatment

ପୁଣି ଥରେ ପଦାରେ ପଡିଛି କ୍ୟାପିଟାଲ ହସ୍ପିଟାଲର ରୋଗୀ ଚିକିତ୍ସା । ବିନା ଚିକିତ୍ସାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ରୋଗୀ । ବେଡରେ ପଡି ପଡି ଦିନ ବିତୁଛି ଓ ଯନ୍ତ୍ରଣା ମଧ୍ୟ ବଢୁଛି ହେଲେ ରୋଗୀକୁ ଥରେ ଦେଖିବାକୁ ଆସୁନାହାଁନ୍ତି ଡାକ୍ତର। ଏପରିକି ଘା' ସ୍ଥାନ ପଚିସଢି ଦୁର୍ଗନ୍ଧ ହେବା ପରେ ଅନ୍ୟ ମେଡିକାଲକୁ ରେଫର କରାଯାଉଥିବା ଅଭିଯୋଗ ହୋଇଛି ।

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାର ନଗ୍ନ ରୂପ, ବିନା ଚିକିତ୍ସାରେ ମୃତ୍ୟୁସହ ଲଢୁଛି ରୋଗୀ
କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାର ନଗ୍ନ ରୂପ, ବିନା ଚିକିତ୍ସାରେ ମୃତ୍ୟୁସହ ଲଢୁଛି ରୋଗୀ

By

Published : Sep 20, 2020, 9:26 AM IST

Updated : Sep 20, 2020, 12:52 PM IST

ଭୁବନେଶ୍ବର: ପୁଣି ଥରେ ପଦାରେ ପଡିଛି କ୍ୟାପିଟାଲ ହସ୍ପିଟାଲର ରୋଗୀ ଚିକିତ୍ସା । ବେଡ଼ରେ ରୋଗୀ ପଡି ରହିଛି, ହେଲେ ଆସୁନାହାଁନ୍ତି ଡାକ୍ତର କି କରାହେଉନି ଚିକିତ୍ସା। ଏପରିକି ଘା' ସ୍ଥାନ ପଚିସଢି ଦୁର୍ଗନ୍ଧ ହେବାରେ ଲାଗିଲାଣି। ଏବେ ଚେତା ପଶିବା ସହ ଚିକିତ୍ସା ବଦଳରେ ରେଫର କରିବାକୁ ପ୍ରସ୍ତୁତ ହେଉଛନ୍ତି ଡାକ୍ତର।

ଏପରି ଅସୁବିଧାର ସାମ୍ମନା କରିଛନ୍ତି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଅରବିନ୍ଦ ନଗର ବସ୍ତିର ବାସିନ୍ଦା ରଞ୍ଜିତ ନାୟକ। ବୟସ 21 ବର୍ଷ। ଛୁରୀ ମାଡ କାରଣରୁ ପେଟରେ ଆଘାତ ହୋଇଥିଲା। ଯାହା ଫଳରେ ଏମ୍ସକୁ ଯାଇଥିବା ବେଳେ ସେଠାରେ ତାଙ୍କର କୋଭିଡ ପଜିଟିଭ ବାହାରିଥିଲା । ସେଠାରେ 10 ଦିନ ରହିଲା ପରେ ସାଟିଫିକେଟ ଦେଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାର ନଗ୍ନ ରୂପ, ବିନା ଚିକିତ୍ସାରେ ମୃତ୍ୟୁସହ ଲଢୁଛି ରୋଗୀ

ଏହା ପରେ ହସ୍ପିଟାଲକୁ ଆସିଥିଲେ ଛୁରୀ ମାଡ଼ ହୋଇଥିବା ପେଟକୁ ଚିକିତ୍ସା କରିବା ପାଇଁ । ହେଲେ ଦୀର୍ଘ ଦିନ ରହଣି ପରେ ଏବେ ରୋଗ ଚିନ୍ତା ବଢ଼ିଯାଇଛି। କୋରୋନା ଡର ପାଇଁ ଡାକ୍ତର ଚିକିତ୍ସା କରିବାକୁ ଆସୁନାହାଁନ୍ତି । ଏପଟେ ବିନା ଚିକିତ୍ସାରେ ଅସହାୟ ଅବସ୍ଥାରେ ବେଡରେ ପଡିରହିଛି ରଞ୍ଜିତ। ଯାହାକୁ ନେଇ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଦୀର୍ଘ 4 ଦିନ ହେଲା ହସ୍ପିଟାଲରେ ପଡିଥିବା ରଞ୍ଜିତ ଗୋଟେ ଦିନ ପାଇଁ ବି ଡାକ୍ତର ଦେଖିବାକୁ ଆସିନାହାନ୍ତି । ଏବଂ ଏବେ ରଞ୍ଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏବେ ଡାକ୍ତର କୋଭିଡ୍ ଟେଷ୍ଟ କରିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏବଂ କଟକ ଏସସିବି ମେଡିକାଲ କଲେଜକୁ ରେଫର କରିବାକୁ କହିଛନ୍ତି।

ଏପଟେ ପରିବାର ଲୋକ କହିଛନ୍ତି ଯେ ସେପ୍ଟେମ୍ବର 8 ତାରିଖରେ ଛୁରୀ ମାଡ଼ ହୋଇଥିଲା। ସେହି ଦିନ କେବଳ ଡ୍ରେସିଂ କରାଯାଇଥିଲା ଏମ୍ସରେ କିନ୍ତୁ 16 ତାରିଖରୁ କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ ବି କୌଣସି ଚିକିତ୍ସା ମିଳିପାରିନାହିଁ। ସେହି ସ୍ଥାନରେ ପୋକ ହେବା ସହ ଦୁର୍ଗନ୍ଧ ହେବାରେ ଲାଗିଛି।

ଚିକିତ୍ସା ଅବହେଳାରୁ ଭାଇ ମରିଯିବ ବୋଲି କାନ୍ଦି କାନ୍ଦି ରଞ୍ଜିତଙ୍କ ଭାଇ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ରଞ୍ଜିତଙ୍କର କୋଭିଡ ପରୀକ୍ଷା କରାଯାଇଛି । ରିପୋର୍ଟ ଆସିଲେ ରେଫର କରାଯିବ ଏବଂ ହସ୍ପିଟାଲରେ ଏହାର ଅପରେସନ ହୋଇପାରିବ ନାହିଁ ବୋଲି କଟକ ରେଫର କରାଯିବ ବୋଲି କହି ନିଜ ଉପରୁ ଦୋଷ ଦୁର୍ବଳ କାଢୁଛନ୍ତି ନିର୍ଦେଶକ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 20, 2020, 12:52 PM IST

ABOUT THE AUTHOR

...view details