ଓଡିଶା

odisha

ETV Bharat / city

କୋଭିଡ କଟକଣାରେ ହେବ NEET ପରୀକ୍ଷା, ଭୁବନେଶ୍ବରରେ ପରୀକ୍ଷା ଦେବେ 15000 ପରୀକ୍ଷାର୍ଥୀ - ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା

ଆସନ୍ତାକାଲି ହେବ NEET ପରୀକ୍ଷା । ଭୁବନେଶ୍ବରେ 13ଟି ପରୀକ୍ଷାକେନ୍ଦ୍ରରେ NEET ପରୀକ୍ଷା ଦେବେ ରାଜ୍ୟର ୧୫୦୦୦ ପରୀକ୍ଷାର୍ଥୀ। ଚଳିତ ବର୍ଷ କୋରୋନା କଟକଣା ସହ କଡାକଡି ଭାବେ ପରୀକ୍ଷା କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ହେବ NEET ପରୀକ୍ଷା, ଭୁବନେଶ୍ବରରେ ଦେବେ 15000 ପରୀକ୍ଷାର୍ଥୀ
କୋଭିଡ କଟକଣାରେ ହେବ NEET ପରୀକ୍ଷା, ଭୁବନେଶ୍ବରରେ ଦେବେ 15000 ପରୀକ୍ଷାର୍ଥୀ

By

Published : Sep 12, 2020, 4:52 PM IST

ଭୁବନେଶ୍ବର: ରବିବାର ହେବ NEET ପରୀକ୍ଷା । ରାଜ୍ୟର ପ୍ରାୟ 15000 ପରୀକ୍ଷାର୍ଥୀ ଦେବେ ଏହି ମେଡିକାଲ ପ୍ରବେଶିକା ପରୀକ୍ଷା । କୋରୋନା କଟକଣା ସହ ପରୀକ୍ଷାକୁ କରାଯିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ।

ସର୍ବଭାରତୀୟ ମେଡିକାଲ ପ୍ରବେଶ ପାଇଁ କରାଯାଉଥିବା ପ୍ରବେଶିକା ପରୀକ୍ଷା ରବିବାର ସାରା ଭାରତରେ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୩ ତାରିଖରେ ଭୁବନେଶ୍ବରରେ ୩୧ଟି ସେଣ୍ଟରରେ ହେବ NEET ପରୀକ୍ଷା । ୨୩ଟି ଜିଲ୍ଲାର ୧୫ ହଜାର ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା । ପରୀକ୍ଷାର ସମୟ ଅପରାହ୍ନ ୨ ଟା ରୁ ୫ ଟା ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ମଧ୍ୟାହ୍ନ ୧୨ ଟାରୁ ୧.୩୦ ମଧ୍ୟରେ ପରୀକ୍ଷା ସେଣ୍ଟର ମଧ୍ୟକୁ ଆଇକାର୍ଡ ନେଇ ପ୍ରବେଶ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ରକ୍ଷା କରି ପରୀକ୍ଷା ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ବର ସିଟି କୋଡିନେଟର ପଲ୍ଲି ପଟ୍ଟନାୟକ କହିଛନ୍ତି ।

କୋଭିଡ କଟକଣାରେ ହେବ NEET ପରୀକ୍ଷା, ଭୁବନେଶ୍ବରରେ ଦେବେ 15000 ପରୀକ୍ଷାର୍ଥୀ

ବିଏମସି ପକ୍ଷରୁ ସମସ୍ତ ସେଣ୍ଟର ଗୁଡିକୁ ସାନିଟାଇଜ କରାଯାଇଛି । ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ମାଗଣାରେ ସମସ୍ତ ବ୍ୟବସ୍ଥା ସରକାର କରିଛନ୍ତି । ଟ୍ରାଫିକ ପରିଚାଳନା, ବିଦ୍ୟୁତ ବ୍ୟବସ୍ଥା, ଡାକ୍ତରୀ ଟିମର ବ୍ୟବସ୍ଥା କରାଯାଇଛି । ସମସ୍ତ ସେଣ୍ଟରରେ ଆଇସୋଲେସନ କକ୍ଷର ବ୍ୟବସ୍ଥା ରହିଛି । ଯଦି କୌଣସି ପରୀକ୍ଷାର୍ଥୀଙ୍କୁ ଜ୍ବର ଆସେ ସଂଗେ ସଂଗେ ପିପିଇ କିଟ ପିନ୍ଧି ଚେକଅପ କରାଯିବ। ଏହାସହ ପରୀକ୍ଷାକୁ ସଠିକ ଭାବେ ପରିଚାଳନା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details