ଓଡିଶା

odisha

By

Published : Sep 13, 2020, 4:49 PM IST

Updated : Sep 13, 2020, 7:47 PM IST

ETV Bharat / city

ଆରମ୍ଭ ହେଲା ନିଟ ପରୀକ୍ଷା, ରାଜଧାନୀର ୩୧ ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 15 ହଜାର ପରୀକ୍ଷାର୍ଥୀ

ରାଜଧାନୀ ଭୁବନେଶ୍ବରରେ ୩୧ଟି ସେଣ୍ଟରରେ ୧୫,୦୦୦ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା । ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀ ମାନେ ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଧେଶ ରହିଥିବାବେଳେ ୪ ଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ଆରମ୍ଭ ହେଲା ନିଟ ପରୀକ୍ଷା, ରାଧାନୀର ୩୧ ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 15 ହଜାର ପରୀକ୍ଷାର୍ଥୀ
ଆରମ୍ଭ ହେଲା ନିଟ ପରୀକ୍ଷା, ରାଧାନୀର ୩୧ ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 15 ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ନିଟ ପରୀକ୍ଷା । ୩୧ ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କୋଭିଡ କଟକଣା ଭିତରେ ଆଜି ଆରମ୍ଭ ହୋଇଛି ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା NEET । ରାଜଧାନୀ ଭୁବନେଶ୍ବର ରେ ୩୧ଟି ସେଣ୍ଟରରେ ୧୫,୦୦୦ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା । ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀ ମାନେ ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଧେଶ ରହିଥିବାବେଳେ ୪ ଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି ।

ଆରମ୍ଭ ହେଲା ନିଟ ପରୀକ୍ଷା, ରାଜଧାନୀର ୩୧ ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 15 ହଜାର ପରୀକ୍ଷାର୍ଥୀ

ସେହିପରି ପରୀକ୍ଷା ହଲ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ୮୪ ଟି ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ୩୭ ହଜାର ପରୀକ୍ଷାର୍ଥୀ । ଭୁବନେଶ୍ୱରରେ ୩୧ ଟି ସେଣ୍ଟର କରାଯାଇଛି । ମଦର୍ସ ପବ୍ଲିକ ସ୍କୁଲ, ବିଜେଇଏମ ସ୍କୁଲ, କିଟ ସ୍କୁଲ, ଓଡିଏମ ସ୍କୁଲ ଭଳି ବଡ ବଡ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ପରୀକ୍ଷା ଆରମ୍ଭ ହୋଇଛି ।

ନିଟ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ନିଟ ସିଟି କୋଡ଼ିନେଟର ପଲ୍ଲୀ ପଟନାୟକ । ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲରେ ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସ୍କୁଲରେ କୋଭିଡ ଗାଇଡ଼ଲାଇନ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରୀକ୍ଷାର୍ଥୀଙ୍କ ପାଇଁ ୬ ଫୁଟ ବ୍ୟବଧାନରେ ଗୋଲେଇ କରାଯାଇଛି । ପରୀକ୍ଷାର୍ଥୀ ମାସ୍କ ପିନ୍ଧି ସାନିଟାଇଜ଼ର ଧରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି । ତେବେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଅନ୍ୟ ଦିନ ପରୀକ୍ଷା କରାଯିବ ନେଇ ଏସଓପି ଜାରି କରାଯାଇଛି ।

ସେପଟେ ପରୀକ୍ଷାର୍ଥୀ ମଧ୍ୟ କୋଭିଡ କଟକଣା ଓ ସରକାରୀ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଯଦିଓ କୋଭିଡ ସମୟରେ ସରକାର ଯାତାୟାତ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ହେଲେ ନିଜ ସୁବିଧା ନେଇ ପ୍ରାୟ ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିଛନ୍ତି ବୋଲି କହିଛନ୍ତି । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ସେଣ୍ଟର ହୋଇଥିବା ବେଳେ କଟକ ରେ ୧୪ ଟି, ସମ୍ବଲପୁରରେ ୧୪ଟି, ବାଲେଶ୍ୱରରେ ୧୧ଟି, ବ୍ରହ୍ମପୁରରେ ୭ ଟି, ରାଉରକେଲାରେ ୫ଟି, ଅନୁଗୁଳରେ ୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ତେବେ ଆଜି ନିଟ ପରୀକ୍ଷା ଦେଇପାରିବେନି କୋଭିଡ ପଜିଟିଭ ଛାତ୍ରଛାତ୍ରୀ । ଅନ୍ୟ ଦିନରେ ହେବ କୋରୋନା ପଜିଟିଭ ପରୀକ୍ଷାର୍ଥୀଙ୍କ ପରୀକ୍ଷା ନେଇ ଏସଓପି ଜାରି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Last Updated : Sep 13, 2020, 7:47 PM IST

ABOUT THE AUTHOR

...view details